୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହେଲା

ରାଜ୍ୟରେ କରୋନ।। ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ହପଞ୍ଚିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବାପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଗତକାଲି ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ଓ ତାଙ୍କ ଘରେ ଭଡା ରହୁଥିବା ମୋଟ୍‍ ୭ଜଣ ସଦସ୍ୟ ।

ଏମାନଙ୍କ ବ୍ୟତିର ବମିଖାଲ ଅଞ୍ଚଳରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକରେ ଦୁଇଜଣ, କଟକ, ପୁରୀ ଓ ଯାଜପୁରରେ ଜଣେ କରି ଚିହ୍ନଟ ହୋଇଛନ୍ତି । ଏହି ସମସ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ।

ତେବେ ମୋଟ୍‍ ୨୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହେଉଛନ୍ତି ଭୁବନେଶ୍ୱରର । ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଓ ଦ୍ୱିତୀୟ କରୋନା ରୋଗୀ ଇତି ମଧ୍ୟରେ ଡାକ୍ତରଖାନାରୁ ସୁସ୍ଥହୋଇ ଘରକୁ ବାହୁଡିଛନ୍ତି ।

ସୂର୍ଯ୍ୟନଗରରୁ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବିଏମ୍‍ସି ପକ୍ଷରୁ ଏହି ଅଞ୍ଚଳକୁ ସିଲ୍‍ କରାଯାଇଥିଲା । ଆଜି ବମିଖାଲରୁ ତିନିଜଣ ଚିହ୍ନଟ ପରେ ସେହି ଅଞ୍ଚଳକୁ ବି ସିଲ୍‍ କରାଯାଇଛି । ଏଥି ସହିତ ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‍ ଡାଉନ୍‍ ଲାଗୁ ହୋଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020