୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଓଡିଶାରେ ସାତ ବିଦେଶୀ

ଦିଲ୍ଲୀ ନିଜାମୁଦ୍ଦିନ ତବଲିଗ ଜମାତରୁ ଓଡିଶା ଫେରିଥିବା ୨୭ ବ୍ୟକ୍ତିଙ୍କ ମଧ୍ୟରେ ୭ଜଣ ବିଦେଶୀ ଅଛନ୍ତି । ଏମାନଙ୍କ ଠାରୁ ସଂଗୃହୀତ ନମୂନା ପରୀକ୍ଷାରୁ ୨୧ଟି ନେଗେଟିଭ ଆସିଥିବାବେଳେ ଗୋଟିଏ ପଜିଟିଭ ରହିଛି । ଆଉ ୫ଟି ନମୂନା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

କୋଭିଡ-୧୯ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କଟକରେ ଚିହ୍ନଟ ହୋଇଥିବା ଷଷ୍ଠ କରୋନା ସଂକ୍ରମିତ ଜଣଙ୍କ ମଧ୍ୟ ନୂଆଦିଲ୍ଲୀର ତବଲିଗ ଜମାତରୁ ଫେରିଛନ୍ତି । ତେବେ ସେଠାରୁ ଓଡିଶାକୁ ୨୭ଜଣ ଫେରିଥିବାବେଳେ ରାଜ୍ୟର ଆଉ ୪୦ଜଣ ଦିଲ୍ଲୀ, ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅଟକି ରହିଛନ୍ତି ।

ସେହିଭଳି ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇଥିବା ପଶ୍ଚିମବଙ୍ଗର ପ୍ରାୟ ୪୦ଜଣ ବ୍ୟକ୍ତି ନିକଟରେ ତାଳଚେର ଆସିଥିବା ଜଣାପଡିବାବେଳେ ସେଠାରେ ସେମାନେ ମିଶିଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ରକ୍ତନମୂନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି । ଏହି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କୌଣସି ସୂଚନା ମିଳିପାରୁ ନଥିବାବେଳେ ସେମାନଙ୍କୁ ଠାବ କରିବାଲାଗି ୪୮ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଥିବା ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି । କେବଳ ଭୁବନେଶ୍ୱର ସହର ନୁହେଁ, ଏହାର ଆଖପାଖରେ ଥିବା ୧୮ଟି ପଞ୍ଚାୟତରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ସେହିଭଳି ଜନବହୁଳ ସହର କଟକ ମହାନଗର ନିଗମ ଓ ଭଦ୍ରକ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଏହି ୪୮ ଘଣ୍ଟିଆ କଟକଣା ମଧ୍ୟ ଜାରି ହେବ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020