୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

୪୮ ଘଣ୍ଟା କର୍ଫ୍ୟୁ ସ୍ଥିତି

ଶୁକ୍ରବାର ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଭଦ୍ରକ ସହରରେ କର୍ଫ୍ୟୁଭଳି ଯାତାୟତ ଠାରୁ ଆରମ୍ଭକରି ଦୋକାନବଜାର ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ । ଲକ୍‍ ଡାଉନ୍‍ ସମୟରେ ପୂର୍ବରୁ ଦିଆଯାଇଥିବା ପାସ୍‍ ଗୁଡିକ ମଧ୍ୟ ଏହି ୪୮ଘଣ୍ଟା ମଧ୍ୟରେ କାମ କରିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାନ ସଚିବ ଅସିତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଦୁଇ ସହରକୁ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଏହି ସମୟରେ ଯଦି କେହି ନିୟମ ଉଲ୍ଲଙ୍ଘନ କରି ପଦାକୁ ବାହାରି ତେବେ ତାହା ନାମରେ ମାମଲା ରୁଜୁ ସହିତ ଜୋରିମାନା ଆଦାୟ ହେବ ।

ଏହି ୪୮ ଘଣ୍ଟିଆ ବନ୍ଦ ସଂକ୍ରାନ୍ତର ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ ଏହି ସମୟରେ ଲକ୍‍ ଡାଉନ୍‍ ଭଳି ଫଳ, ପନିପରିବା, ମାଛ, ମାଂସ, କ୍ଷୀର ଆଦି ଦୋକାନ ଖୋଲିବ ନାହିଁ । କେବଳ ଔଷଧ ଦୋକାନକୁ ଖୋଲିବାପାଇଁ ଅନୁମତି ମିଳିବ । ତେବେ କେଉଁ ଅଞ୍ଚଳରେ କେତୋଟି ଔଷଧ ଦୋକାନ ଖୋଲିବ ସେ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାନ ନିଷ୍ପତ୍ତି ଗ୍ରହଣ କରିବ । ସେହି ରୋଗୀଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟାରେ ଆମ୍ବୁଲାନ୍ସ ମୁତୟନ ହେବ ।

କରୋନାର ଗୋଷ୍ଠି ସଂକ୍ରମଣକୁ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହର କରିଛନ୍ତି । ବିଶେଷକରି ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳରୁ ପଞ୍ଚମ କରୋନା ରୋଗୀ ଠାବ ହେବା ଓ ଭଦ୍ରକରେ ଚତୁର୍ଥ ରୋଗୀ ଠାବ ପରେ ଏଭଳି ପଦକ୍ଷେପ ନିଆଯାଇଛି । ପଞ୍ଚମ ରୋଗୀ ଜଣଙ୍କର କୌଣସି ଯାତାୟତ ଇତିହାସ ନଥିବାରୁ କିଭଳି ସେ ଆକ୍ରାନ୍ତ ହେଲେ ତାହାକୁ ନେଇ ଖୋଳତାଡ ଚାଲିଥିବାବେଳେ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ପ୍ରଶାସନ ପକ୍ଷରୁ ଗତ କାଲିଠାରୁ ସୂର୍ଯ୍ୟନଗରକୁ ସମ୍ପୂର୍ଣ୍ଣ ଭାବେ ସିଲ୍‍ କରାଯିବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ସ୍ୱାସ୍ଥ୍ୟକର୍ମୀ ଯାଇ ସୂଚନା ସଂଗ୍ରହ କରିବାର ବ୍ୟବସ୍ଥା ହେଉଛି । ଏଥି ସହିତ ଏହି ଅଞ୍ଚଳକୁ ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜଡ କରାଯିବ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020