୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ସୁସ୍ଥ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଯୁବକ ସୁସ୍ଥ ହୋଇଛନ୍ତି । ତାଙ୍କ ରକ୍ତ ନମୂନା ପରୀକ୍ଷା ନେଗେଟିଭ ଆସିଥିବାବେଳେ ସେ ଡାକ୍ତରଖାନାରୁ ଛାଡ ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ କରୋନା ରୋଗୀଙ୍କର ସଫଳ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

ଇଟାଲୀ ଫେରନ୍ତା ପ୍ରଥମ କରୋନା ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ଧିରେ ଧିରେ ସେ ସୁସ୍ଥ ହେଉଥିବା କୁହାଯାଇଥିଲା । ତେବେ ତାଙ୍କ ନମୂନା ପରୀକ୍ଷା ନେଗେଟିଭ ହେବାପରେ ରାଜ୍ୟର ଦ୍ୱିତୀୟ କରୋନା ରୋଗୀଭାବେ ସେ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବରୁ ଇଂଲଣ୍ଡ ଫେରନ୍ତା ଦ୍ୱିତୀୟ କରୋନା ରୋଗୀ ମଧ୍ୟ ଇତି ମଧ୍ୟରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଛାଡ ପାଇଛନ୍ତି । ସେ ଏମ୍‍ସରେ ରହି ଚିକିତ୍ସିତ ହେଉଥିଲେ । ଉଭୟ ଆକ୍ରାନ୍ତ ରାଜଧାନୀର ।

ରାଜ୍ୟରେ ମୋଟ୍‍ ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହେବାପରେ ଏବେ ଡାକ୍ତରଖାନାରେ ତିନି ଜଣ ରହି ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରର ଦୁଇ ଜଣ ଆକ୍ରାନ୍ତ ଥିବାବେଳେ ଆଉ ଜଣେ ଭଦ୍ରକର । ରାଜଧାନୀର ଦୁଇ ଜଣ ଯଥାକ୍ରମେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍‍ସରେ ଚିକିତ୍ସିତ ହେଉଥିବାବେଳେ ଦୁବାଇ ଫେରନ୍ତା ଭଦ୍ରକର କରୋନା ଆକ୍ରାନ୍ତ ଯୁବକ କଟକ ଏସ୍‍ସିବରେ ରହିଛନ୍ତି ।

ତେବେ ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍‍ ୧୧୧୩ ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫ଟି ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାର ବ୍ରହ୍ମପୁରର ଏମ୍‍କେସିଜି, ବୁର୍ଲାର ଭିମ୍‍ସାର ଏବଂ ରାଉରକେଲାର ଆଇଜିଏଚ୍‍ରେ କରୋନା ପରୀକ୍ଷା ଲାଗି ଅନୁମତି ଦେବାକୁ ଆଇସିଏମ୍‍ଆରକୁ ଅନୁରୋଧ କରିଛନ୍ତି । ଏଥି ସହିତ ଆଗାମୀ ଦିନରେ ୫୦ ହଜାର ନମୂନା ପରୀକ୍ଷା ଲାଗି ଆବଶ୍ୟକ କିଟ୍‍ କିଣିବାପାଇଁ ମଧ୍ୟ ବରାଦ ଦିଆଯାଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020