୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଏନ୍‍ଜିଓ ସପକ୍ଷରେ ନୀତି ଆୟୋଗ

ଦେଶର ବିଭିନ୍ନ ସ୍ଥାନରୁ ଆସି ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ ପାଇଁ ସମୂହ ରୋଷଶାଳର ବ୍ୟବସ୍ଥା ଦାୟିତ୍ୱ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଦେବା ନିମନ୍ତେ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି । ଏଥି ସହିତ ସେମାନେ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ଯେଭଳି ସହଯୋଗ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ଯେହେତୁ ଶହ ଶହ ସଂଖ୍ୟାରେ ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକିଛନ୍ତି ସେମାନଙ୍କୁ ଖାଦ୍ୟ, ପାନୀୟ ଆଦି ଯୋଗାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନମାନେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିପାରିବେ । ଅନ୍ୟାନ୍ୟ ରାଜ୍ୟମାନେ ସେମାନଙ୍କ ରାଜ୍ୟର ଶ୍ରମିକମାନଙ୍କ ସୁବିଧା ସୁଯୋଗ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖୁଛନ୍ତି ।

ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହାୟତା ନେଇ ନୀତି ଆୟୋଗ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିବାବେଳେ ରାଜ୍ୟମାନେ ସେମାନଙ୍କ ଠାରୁ ଅନୁରୂପ ସହାୟତା ନେବାପାଇଁ ପରାମର୍ଶ ଦେଇଛନ୍ତି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ରାଜ୍ୟରେ ସକ୍ରିୟ ଥିବା ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନକୁ ନୋଡାଲ ସଂଗଠନର ମର୍ଯ୍ୟାଦା ଦିଅନ୍ତୁ ।

ଏହି ନୋଡାଲ ସଂସ୍ଥା ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ସହିତ ଯୋଗାଯୋଗ ରକ୍ଷା କରିବ । ଫଳରେ ଗୋଟିଏ ସଂସ୍ଥା ରାଜ୍ୟରେ ଯେଉଁ କାର୍ଯ୍ୟ କରୁଥିବ ଅନ୍ୟ ସଂସ୍ଥା ତାହା କରିବ ନାହିଁ । ଏହାଦ୍ୱାରା କେଉଁଠି କେଉଁ ସଂଗଠନ କିଭଳି କାର୍ଯ୍ୟ କରୁଛନ୍ତି ତାହାର ପୁନରାବୃତ୍ତି ଯେଭଳି ନହୁଏ ସେ ଦିଗରେ ଏହା ସହାୟକ ହେବ ।

ନୀତି ଆୟୋଗ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନ ସହିତ ସମନ୍ୱୟ ରକ୍ଷାପାଇଁ କେନ୍ଦ୍ରୀୟ ସ୍ତରରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି । ଅନୁରୂପ ଭାବେ ରାଜ୍ୟ ସରକାର ଏହିଭଳି ସମନ୍ୱୟକାରୀ ସଂସ୍ଥା ପ୍ରତିଷ୍ଠା କରିବାକୁ ପରାମର୍ଶ ଦିଆଯାଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020