୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

୨୬୧ କୋଚରେ କ୍ୱାରେଣ୍ଟାଇନ୍‍ ସୁବିଧା

ଦେଶରେ କୋଭିଡ଼୍-୧୯ ସଂକ୍ରମଣକୁ ରୋକିବା ନିମନ୍ତେ ଭାରତୀୟ ରେଳପଥ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଛି । ବର୍ତ୍ତମାନ ଏହାର ଟ୍ରେନ୍ କୋଚଗୁଡ଼ିକୁ ସଂଗରୋଧ/ପୃଥକୀକରଣ ପାଇଁ ବ୍ୟବହାର କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛି ।

ଏହାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ୨୬୧ କୋଚକୁ ରୂପାନ୍ତର କରି କ୍ୱାରେଣ୍ଟାଇନ୍‍ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛି । ଏହି ରୂପାନ୍ତର ପୂର୍ବତଟ ରେଳପଥର ପରିସୀମାରେ ଥିବା ବିଭିନ୍ନ କୋଚିଙ୍ଗ୍ ଡିପୋ ଓ କାରଖାନାରେ କରାଯିବ । ମଞ୍ଚେଶ୍ୱର ରେଳ ଡବା କାରଖାନା କରିବ ୫୧ଟି କୋଚ୍, ପୁରୀ କୋଚିଙ୍ଗ୍ ଡିପୋ କରିବ ୩୯ଟି କୋଚ୍, ଭୁବନେଶ୍ୱର କୋଚିଙ୍ଗ୍ ଡିପୋ କରିବ ୪୬ ଟି କୋଚ୍, ସମ୍ବଲପୁର କରିବ ୩୨ଟି କୋଚ୍, ଖୋର୍ଦ୍ଧାରୋଡ଼ କରିବ ୩୩ଟି କୋଚ୍ ଏବଂ ବିଶାଖାପାଟଣା କରିବ ୬୦ଟି କୋଚର ରୂପାନ୍ତର କରିବ ।

ଏପ୍ରିଲ-୨ ତାରିଖ ସୁଦ୍ଧା ୨୩ଟି କୋଚର ରୂପାନ୍ତର ହୋଇ ସାରିଛି । ସେଗୁଡ଼ିକ ମଧ୍ୟରେ ମଞ୍ଚେଶ୍ୱର ଓ ଖୋର୍ଦ୍ଧାରୋଡ଼ରେ ଗୋଟିଏ ଲେଖାଏଁ, ପୁରୀରେ ପାଞ୍ଚଟି, ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଛଅଟି ଲେଖାଏଁ ଏବଂ ବିଶାଖାପାଟଣାରେ ୪ଟି କୋଚ୍ ।

ଜଣେ ବ୍ୟକ୍ତିର ଏଥି ନିମନ୍ତେ ଯାହା ଅବଶ୍ୟକୀୟ ସେବା ଏହି କୋଚରେ ପରିବର୍ତ୍ତନ କରି କରାଯାଇଛି । ଝରକା ନିକଟରେ ମଶାରୀ, ଗୋଟିଏ କୋଚରେ ଗୋଟିଏ ଗାଧୁଆଘର ଏବଂ ତିନିଟି ପାଇଖାନାର ବ୍ୟବସ୍ଥା, ମଝି ସିଟକୁ ବାହାର କରାଯିବା, ଗୋଟିଏ କୋଚରେ ୬ଟି ଲିକୁଇଡ଼୍ ସାବୁନ, ଡିସପେନସର, ୪ଟି ବୋତଲ ହୋଲଡର, ପ୍ରତ୍ୟେକଟି କୋଚ୍ ମଧ୍ୟରେ ୩ଟି ଡଷ୍ଟବିନ୍, ଲାପଟପ୍ ଓ ମୋବାଇଲ •ର୍ଜିଙ୍ଗ୍ ସୁବିଧା, ତକିଆ ଏବଂ ବେଡ଼ସିଟ୍, ଗମନାଗମନ ପଥରେ ଦୁଇପଟରୁ ପ୍ଲାଷ୍ଟିକ୍ ପରଦା, ଗାଧୁଆଘରେ ମଗ୍ ଓ ବାଲଟି ଇତ୍ୟାଦି ଯୋଗାଇ ଦିଆଯିବ ।

ଏହି ସୁବିଧା ବ୍ୟତୀତ ଆବଶ୍ୟକୀୟ ମେଡିକାଲ୍ ସୁବିଧା ଯଥା ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ । ପ୍ରତ୍ୟେକ କୋଚର ପ୍ରଥମ କ୍ୟାବିନ୍ ଭଣ୍ଡାରଘର / ପାରାମେଡ଼ିକ ଅଞ୍ଚଳ ଏବଂ ଅନ୍ୟ କ୍ୟାବିନ୍ ଗୁଡ଼ିକ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯିବ ।

ଏହି କୋଚ୍ ଗୁଡ଼ିକ ରୂପାନ୍ତର ହେବା ପରେ ଏହାକୁ ଟ୍ରେନ୍ ରୂପରେ ବିଭିନ୍ନ ଷ୍ଟେସନରେ ରଖାଯିବ ଯେଉଁଠାରେ ମେଡିକାଲ୍ ସୁବିଧା ଉପଲବଧ ହେଉଥିବ । ଭୁବନେଶ୍ୱର-୩ଟି ଟ୍ରେନ୍, ଖୋର୍ଦ୍ଧାରୋଡ୍ରେ-୨ଟି, ଟିଟିଲାଗଡ଼-୧ଟି, ବିଶାଖାପାଟଣାରେ ୩ଟି, ବିଜୟନଗରମ୍ରେ ୧ଟି, କଟକରେ ୧ଟି ଏବଂ ପୁରୀରେ ୨ଟି ଟ୍ରେନ୍ ରଖାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପ୍ରିଲ-୧୫ ସୁଧା ଏହି କୋଚଗୁଡ଼ିକର ରୂପାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବ ତଟ ରେଳପଥ ତା'ର ସମସ୍ତ ସାଧନ ବିନିଯୋଗ କରି ଏହି କାର୍ଯ୍ୟପୁରଣ କରିବାକୁ ନିଷ୍ପତ୍ତି ନେଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020