୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ସିଲ୍‍ ହେଲା ସୂର୍ଯ୍ୟନଗର

ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟକୁ ଆଜି ସରକାର ସାର୍ବଜନୀନ କରିବା ସହିତ ସେ ରହୁଥିବା ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‍ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ସୂଚନା ଅନୁଯାୟୀ ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ କୁମାର ଦଳବେହେରା ସୂର୍ଯ୍ୟନଗରର ପ୍ଲଟ ନମ୍ବର ୩୭ରେ ରହୁଥିବାବେଳେ କୌଣସି ସ୍ଥାନକୁ ଯାତାୟତ କରୁନଥିଲେ । ବିଭିନ୍ନ ରୋଗରେ ପୀଡିତ ଥିବା ଏହି ବ୍ୟକ୍ତି ଜଣଙ୍କ ତିନି ଦିନ ତଳେ ଭୁବନେଶ୍ୱର ଏମ୍‍ସରେ ଭର୍ତ୍ତି ହୋଇଥିବାବେଳେ ଗତ କାଲି ତାଙ୍କ ରକ୍ତ ନମୂନା ପରୀକ୍ଷାରୁ କରୋନା ପଜିଟିଭି ମିଳିଥିଲା । 

ତେବେ ବାହାରକୁ ନଯାଇ ଏହି ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବାରୁ ବିଏମ୍‍ସି ପକ୍ଷରୁ ଆଜି ଉକ୍ତ ଅଞ୍ଚଳକୁ ସିଲ୍‍ କରାଯାଇଛି । ତଦନୁଯାୟୀ ରାଜଭବନ ପାଶ୍ୱର୍ରେ ଥିବା ଏଲ୍‍ଆଇସି ଅଫିସ ଛକରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁରୁ, ଶିରିପୁରରୁ ଗୋପବନ୍ଧୁ ଛକ ଓ ଗୋପବନ୍ଧୁ ଛକରୁ ଏଲଆଇସି ଅଫିସ ସୀମା ମଧ୍ୟରେ ଥିବା ସମସ୍ତ ଅଞ୍ଚଳକୁ ପୁଲିସ୍‍ କର୍ଡନରେ ରଖାଯାଇଛି । ଏଠାରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କି ବାହାରର କୌଣସି ଲୋକ ଭିତରେ ପ୍ରବେଶ କରିପାରିବେ ନାହିଁ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିବା ସହିତ ଆବଶ୍ୟକ ସ୍ଥଳେ ପରୀକ୍ଷା ନିରୀକ୍ଷା କରିବେ । ତେବେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ଘର ନିକଟକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯିବ । ଗ୍ରୋସୋରୀ ଠାରୁ ଆରମ୍ଭ କରି ପନି ପରିବା ଭ୍ୟାନ ଯାଇ ଦୁଆର ମୁହଁରେ ସାମଗ୍ରୀ ଯୋଗାଇବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

ତେବେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ସେହି ସମୟରେ ଏହି ଅଞ୍ଚଳରେ କୌଣସି ପ୍ରକାର ଆତଯାତ  ହୋଇପାରିବ ନାହିଁ । ରାଜ୍ୟରେ କରୋନା ରୋଗୀ ଚିହ୍ନଟ ପରେ କୌଣସି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‍ କରାଯିବାରେ ଏହା ହେଉଛି ପ୍ରଥମ । 

 

 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020