୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଫୋନ୍‍ ଉଠାଉ ନାହାନ୍ତି କରୋନା ସନ୍ଦିଗ୍ଧ

କରୋନା ସଂକ୍ରମଣର ସନ୍ଦିଗ୍ଧ ମାନେ ଏବେ ଭୟ କରୁଛନ୍ତି । ସେମାନଙ୍କ ହାଲ ଚାଲ ଜାଣିବାପାଇଁ ସରକାରୀ ଫୋନ୍‍ କଲେ ମଧ୍ୟ ତାହାକୁ ଉଠାଉ ନାହାନ୍ତି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସ୍ଥିତି ସଂକ୍ରାନ୍ତରେ ସୂଚନା ଦେବାବେଳେ ଏହା କହିଛନ୍ତି ମୁଖପାତ୍ର ସୁବ୍ରତ ବାଗ୍‍ଚି । ସେ କହିଛନ୍ତି ଯେ କରୋନା ସନ୍ଦିଗ୍ଧଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ତତ୍ପର । ହେଲେ ସନ୍ଦିଗ୍ଧମାନେ ଭୟରେ ଫୋନ୍‍ ଉଠାଉ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କର ଭଲ ମନ୍ଦ ବୁଝିବାପାଇଁ ୪୯ଥର ଫୋନ୍‍ କରାଯାଇଥିବାବେଳେ ସେ ମାତ୍ର ଥରୁଟିଏ ଫୋନ୍‍ ଉଠାଇଥିଲେ ।

ସେ କହିଛନ୍ତି ଯେ କରୋନା ସଂକ୍ରମଣ ହେଲେ ଡରିବାର କୌଣସି କାରଣ ନାହିଁ । ସରକାରଙ୍କ ନଜରକୁ ଏହା ଆଣିଲେ ତୁରନ୍ତ ସହାୟତା ଯୋଗାଇ ଦିଆଯିବ । ଆବଶ୍ୟକ ହେଲେ ସଂଗରୋଧରେ ରଖାଯିବ । ସରକାର ଏଥିପାଇଁ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା କରିଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ସଂକ୍ରମିତ ଯୁବକ ଜଣଙ୍କ ଇତି ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଛନ୍ତି । ଅନ୍ୟ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ କ୍ୟାପିଟାଲ ହସ୍ପିଟାଲ, ଜଣେ କଟକର ଏସ୍‍ସିବି ଓ ଅନ୍ୟଜଣେ ଏମ୍‍ସରେ ଚିକିତ୍ସିତ ହେଉଛନ୍ତି । ଆରୋଗ୍ୟଲାଭ କରିଥିବା ବିଦେଶ ଫେରନ୍ତା ଯୁବକ ଜଣଙ୍କ ଏମ୍‍ସରେ ରହିଛି ଚିକିତ୍ସିତ ହେଉଥିଲେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020