୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଓଡିଶାରେ ପଞ୍ଚମ କରୋନା ସଂକ୍ରମିତ

ଓଡିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ରକ୍ତ ନମୂନାରୁ କରୋନା ଭୂତାଣୁ ମିଳିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ।

ଆଜିର ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବାବେଳେ କେବଳ ଭୁବନେଶ୍ୱରରେ ଏହି ସଂଖ୍ୟା ୪ ହୋଇଛି । ପୂର୍ବରୁ ରାଜଧାନୀରେ ଦୁଇଜଣ ଯୁବକ ଓ ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଠାବ ହୋଇଥିବାବେଳେ ଆଜି ଚତୁର୍ଥ ବ୍ୟକ୍ତିଙ୍କ ନମୂନା ପଜିଟିଭ ଆସିଛି ।

ତେବେ ଆଜି ଯେଉଁ ବ୍ୟକ୍ତିଙ୍କ ରକ୍ତ ନମୂନାରୁ ସଂକ୍ରମଣ ଚିହ୍ନଟ ହୋଇଛି ସେ ଏକାଧିକ ରୋଗରେ ପୀଡିତ ହୋଇ ଏମ୍‍ସରେ ଚିକିତ୍ସିତ ହେଉଛନ୍ତି । ସେହିଠାରେ ରକ୍ତ ନମୂନା ପରୀକ୍ଷାରୁ କରୋନା ସଂକ୍ରମଣ ଥିବା ଜଣାଯାଇଛି । ଆଜି ସୁଦ୍ଧା ମୋଟ୍‍ ୯୦୦ ଟି ରକ୍ତନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫ଟି ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି ।

ପୂର୍ବରୁ ଇଟାଲୀ ଫେରନ୍ତା ଜଣେ ଯୁବକଙ୍କ ଠାରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ଯୁବକ ଜଣଙ୍କ ଇଂଲଣ୍ଡରୁ ଆସିଥିଲେ । ତେବେ ତୃତୀୟ ଆକ୍ରାନ୍ତଙ୍କ ବୟସ ୬୦ବର୍ଷ ଥିବାବେଳେ ସେ ଦିଲ୍ଲୀରୁ ଆସି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଚତୁର୍ଥ ଯୁବକ ଜଣଙ୍କ ଭଦ୍ରକର ହୋଇଥିବାବେଳେ ସେ ନିକଟରେ ଦୁବାଇରୁ ଫେରିଥିଲେ । ଗତକାଲି ତାଙ୍କ ରକ୍ତନମୂନା ପରୀକ୍ଷାରୁ ପଜିଟିଭ ରିପୋର୍ଟ ଆସିଥିଲା ।

ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ଇଂଲଣ୍ଡରୁ ଫେରି କରୋନା ସଂକ୍ରମିତ ହୋଇଥିବା ଯୁବକ ଜଣଙ୍କ ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ଏମ୍‍ସରେ ରହି ସେ ଚିକିତ୍ସିତ ହେଉଥିଲେ । ତାଙ୍କ ରକ୍ତ ନମୂନା ପରୀକ୍ଷା ନେଗେଟିଭ ଆସିଥିବାରୁ ସିଏ ଏବେ ଡାକ୍ତରଖାନାରୁ ଛାଡ ପାଇବେ ବୋଲି ସୂଚନା ମିଳିଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020