୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଦେଶର କରୋନା ସ୍ଥିତି ନେଇ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ପୁଲିସ୍‍ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ସମଗ୍ର ଦେଶରେ ଲକ୍‍ ଡାଉନ୍‍ ଘୋଷଣା ହେବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଇତି ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଲକ୍‍ ଡାଉନ୍‍ ସମୟରେ ଉଭୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ବିଭାଗଗୁଡିକ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି ।

ଅନୁଧ୍ୟାନରୁ ଜଣାଯାଇଛି ଯେ କେତେକ ରାଜ୍ୟ ଲକ୍‍ ଡାଉନ୍‍ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଆଇନ୍‍ -୨୦୦୫ରେ ଥିବା କଟକଣା ନିୟମ ଠାରୁ ଢେର ଅଧିକ ଢିଲା ଦେଇଛନ୍ତି ।

ଏହା ଦୃଷ୍ଟିକୁ ଆସିବାପରେ କେନ୍ଦ୍ର ସ୍ୱରଷ୍ଟ୍ର ସଚିବ ଅଜୟ କୁମାର ଭାଲା ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଲକ୍‍ ଡାଉନ୍‍କୁ କଡାକଡିଭାବେ କାର୍ଯ୍ୟକାରୀ କରିବା ଲାଗି ବିପର୍ଯ୍ୟୟ ଆଇନ୍‍ ବ୍ୟବସ୍ଥାରେ ଥିବା କ୍ଷମତା ଉପଯୋଗ ସକାଶେ କହିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020