୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କରୋନା ପାଇଁ ଉଚ୍ଚସ୍ତରୀୟ କମିଟି

କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ ଦିଗ୍‍ଦର୍ଶନ ଦେବାପାଇଁ ଆଜି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମଟି ଗଠନ କରିଛନ୍ତି ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କରୋନା ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବଙ୍କ ଓଏସ୍‍ଡି ଦାୟିତ୍ୱରେ ଥିବା କ୍ରୀଡା ଓ ଯୁବସେବା ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଆଇଟି ସଚିବ ମନୋଜ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରତିନିଧି ଏବଂ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାଙ୍କ ଓଏସ୍‍ଡି ଦାୟିତ୍ୱରେ ଥିବା ଓଏମ୍‍ସିର ପରିଚାଳନା ନିର୍ଦ୍ଦେଶକ ଆର.ଭିନିଲ କ୍ରିଷ୍ଣା ପ୍ରମୁଖ ସଦସ୍ୟ ଅଛନ୍ତି ।

ରାଜ୍ୟ ସରକାର କିଭଳି କରୋନା ମୁକାବିଲା କରିବେ ସେଥିପାଇଁ ଏହି କମିଟି ବିଭିନ୍ନ ଅନୁଷ୍ଠାନ, ବିଶେଷଜ୍ଞ, ଏ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ସଂସ୍ଥା ଓ ବୈଷୟିକ କମ୍ପାନୀ ଗୁଡିକ ସହିତ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଦିଗ୍‍ଦର୍ଶନ ପ୍ରଦାନକରିବେ ।

ଏହି କମିଟି ଚାହିଁଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରୁ ବ୍ୟକ୍ତି ବିଶେଷଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦେବା ସହିତ ପରାମର୍ଶଦାତା ଫାର୍ମ ଗୁଡିକ ଏ କ୍ଷେତ୍ରରେ ମୁତୟନ କରିପାରିବ । ଏହି ଉଚ୍ଚସ୍ତରୀୟ କମିଟି ଗଠନ ଓ ଏହାର କାର୍ଯ୍ୟ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି ହୋଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020