୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କୋଲକତା ବାଟଦେଇ ଆସିଥିଲେ ୪ର୍ଥ ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ସଂକ୍ରମିତ ଯୁବକ ଜଣଙ୍କ ଦୁବାଇରୁ କୋଲକତା ବାଟ ଦେଇ ଓଡିଶା ଆସିଥିଲେ । ବାଟରେ ସେ ୭ଜଣଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଆକାନ୍ତ ବ୍ୟକ୍ତିଙ୍କ ଯାତାୟତ ସଂକ୍ରାନ୍ତରେ ସୂଚନା ଦେଇ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ଯେ ଭଦ୍ରକର ଏହି ୨୯ବର୍ଷ ବୟସ୍କ ଯୁବକ ଜଣଙ୍କ ଦୁବାଇରୁ ଏମିରେଟସ ଏୟାରଲାଇନ୍ସ ବିମାନ ଇକେ-୫୭୦ରେ ମାର୍ଚ୍ଚ ୧୮ ତାରିଖ କୋଲକତା ଆସିଥିଲେ । ବିମାନବନ୍ଦରରେ ପହଞ୍ଚିବାପରେ ସେଠାରୁ ଟ୍ୟାକ୍ସି ଯୋଗେ ହାୱଡା ଷ୍ଟେସନକୁ ଆସିଥିଲେ । ଟ୍ୟାକ୍ସିରେ ସେ ଏକମାତ୍ର ଯାତ୍ରୀଭାବେ ଆସିଥିବା ଜଣାଯାଇଛି ।

ହାୱାଡା ଷ୍ଟେସନରୁ ପୁରୀ-ହାୱଡା ଏକ୍ସପ୍ରେସର କୋଚ୍‍ ନମ୍ବର ଏସ୍‍-୧୧ରେ ଭଦ୍ରକ ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ଏକ ଭଡା ଅଟୋରେ ନିଜ ଘରକୁ ଯାଇଥିଲେ । ବିଦେଶରୁ ଫେରିବାପରେ ନିୟମ ମୁତାବକ ନିଜ ନାମ ପଞ୍ଜିକରଣ କରିବା ସହିତ ଘରେ କ୍ୱାରେଣ୍ଟାଇନ୍‍ରେ ଥିଲେ ।

ମାର୍ଚ୍ଚ ୩୦ ତାରିଖ ଦିନ ଅସୁସ୍ଥ ହେବାପାରେ ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା ଓ ୩୧ ତାରିଖରେ ଏହା କରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହି ବ୍ୟକ୍ତି ଜଣଙ୍କ ମୋଟ୍‍ ୭ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ ସଂକ୍ରମିତ ଜଣଙ୍କ ସର୍ବାଧିକ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଥିବାବେଳେ ପ୍ରଥମ ଜଣଙ୍କ ୫୫ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020