୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଇସ୍ପାତ କ୍ଷେତ୍ର ଦେଲା ୫୧୫ କୋଟି

କରୋନା ମୁକାବିଲା ପାଇଁ ରାଷ୍ଟାୟତ ତୈଳ ଉଦ୍ୟେଗ ଓ ଏହାର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଏକାକାୀଳନ ସର୍ବାଧିକ ଟଙ୍କା ଦାନ କରିଛନ୍ତି । ଇସ୍ପାତ କ୍ଷେତ୍ରର ସରକ।ରୀ ଉଦ୍ୟୋଗ ଏବଂ ବେସରାରୀ କ୍ଷେତ୍ର ମିଳିତ ଭାବେ ଏହି ପାଣ୍ଠିକୁ ୫୦୦ କୋଟି ଏବଂ ଏହାର କର୍ମଚାରୀମାନେ ନିଜ ଦରମାରୁ ଅତିରିକ୍ତ ଭାବେ ୧୫କୋଟି ଟଙ୍କା ଦାନ କରିଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏ ନେଇ ସୂଚନା ଦେବା ସହ ପ୍ରଶଂସା କରି କହିଛନ୍ତି ଯେ କରୋନା ଲଢେଇରେ ଦେଶର ସୁରକ୍ଷା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାବେଳେ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ ।

ସୂଚନାଯୋଗ୍ୟ ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅଧିନରେ ଥିବା ସରକାରୀ ଉଦ୍ୟୋଗ ପକ୍ଷରୁ ସୋମବାର ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବାବେଳେ କେତେକ ଉଦ୍ୟୋଗର କର୍ମଚାରୀାମନେ ସେମାନଙ୍କ ଦରମାରୁ ଅତିରିକ୍ତ ଭାବେ ୬୧କୋଟି ଟଙ୍କା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ୍‍ ୧୦୯୨କୋଟି ୨୯ ଲକ୍ଷ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅପର ପକ୍ଷରେ ରନ୍ଧନଗ୍ୟାସ ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ତଥା ସୋରୁମ୍‍ କର୍ମଚାରୀ, ଗୋଦାମ ସୁରକ୍ଷାକର୍ମୀ, ମେକାନିକ ଓ ଡେଲିଭରି ବୟଙ୍କ ମୃତ୍ୟୁ ହେଲେ ସେମାନଙ୍କ ନିକଟସମ୍ପର୍କୀୟଙ୍କୁ ସହାୟତା ସ୍ୱରୂପ ୫ଲକ୍ଷ ଟଙ୍କା କରି ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପ୍ପଣନ କମ୍ପାନୀ ଆଇଓସିଏଲ୍‍, ବିପିସିଏଲ୍‍ ଓ ଏଚପିସି ପକ୍ଷରୁ ଘୋଷଣା କରାଯାଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020