୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଠାବ ହେଲେ ନିଜାମୁଦ୍ଦିନ ଫେରନ୍ତା

ଦିଲ୍ଲୀ ନିଜାମୁଦ୍ଦିନ ମରକଜ ଧର୍ମସଭାରୁ ଓଡିଶାକୁ ତିନି ଜଣ ଫେରିଥିବା ନେଇ ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ଠାବ କରାଯାଇଛି । ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଇସୋଲେସନରେ ରଖାଯାଇଥିବାବେଳେ ତାଙ୍କ ପରିବାରକୁ ଘରେ କ୍ୱାରେଣ୍ଟାଇନ୍‍ରେ ରଖାଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଉଲ୍ଲେଖନୀୟ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ୧୭ଟି ଦେଶ ସମେତ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ଦେଢ ହଜାର ଲୋକେ ଯୋଗ ଦେଇଥିଲେ । ସେଠାରେ କରୋନା ସଂକ୍ରମଣ ବ୍ୟାପିବା ସହିତ ଦେଶରେ ମୃତ୍ୟୁବରଣ କରିଥିବା ୩୫ଜଣଙ୍କ ମଧ୍ୟରୁ ୧୦ଜଣ ଦିଲ୍ଲୀ ଧର୍ମସଭାରେ ଯୋଗ ଦେଇଥିବା ଜଣାପଡିଛି । ସେହିଭଳି ଅନେକ ଆକ୍ରାନ୍ତ ବି ଏହି ଧର୍ମସଭାରେ ଯୋଗ ଦେଇଥିଲେ ।

ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ହୋଇଥିବାବେଳେ ଦିଲ୍ଲୀ ସରକାର ଇତି ମଧ୍ୟରେ ଧର୍ମସଭା ଆୟୋଜନ କରିଥିବା ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ସେହି ଅଞ୍ଚଳକୁ ଖାଲି କରିଦେଇଛନ୍ତି । ଲକ୍‍ ଡାଉନ୍‍ ଉଠିବାପରେ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି ।

ତେବେ ଆଜି କେନ୍ଦ୍ରାପଡାରେ ଠାବ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଆତଯାତ ସଂକ୍ରାନ୍ତରେ ବିସ୍ତୃତ ସୂଚନା ସଂଗ୍ରହ କରାଯାଉଛି । ସେ କାହା ସହିତ ସଂସ୍ପର୍ଶରେ ଆସିଛନ୍ତି ସେ ସଂକ୍ରାନ୍ତରେ ଜାଣିବାପାଇଁ ପ୍ରାୟ ୨୨ଜଣ ଅଧିକାରୀ ଲାଗିଥିବା ଜଣାପଡିଛି । କେନ୍ଦ୍ରାପଡାକୁ ଇତି ମଧ୍ୟରେ ୬୦୦ ଜଣ ବ୍ୟକ୍ତି ବିଦେଶରୁ ଫେରିଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ପାୟ ୮ହଜାର ଲୋକ ଆସିଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ଇଟାଲୀ, ଇଂଲଣ୍ଡ ଓ ଦୁବାଇରୁ ଆସିଥିବାବେଳେ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରି କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଏବେ ଡାକ୍ତରଖାନାରେ ରହିଛି ଚିକିତ୍ସିତ ହେଉଥିବା ଜଣାଯାଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020