୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ସ୍ୱାସ୍ଥ୍ୟ ତାଲିମପ୍ରାପ୍ତଙ୍କୁ କାର୍ଯ୍ୟରେ ଲଗାଅ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଲିମ ନେଇଥିବା ଯୁବକ ଯୁବତୀମାନଙ୍କୁ ବର୍ତ୍ତମାନ ସ୍ଥିତିରେ ବ୍ୟବହାର କରିବାପାଇଁ କହିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ । ଶ୍ରୀ ଭୂଷଣ କହିଛନ୍ତି ଯେ ଓଡିଶାରେ ୫୯୦୬ ଜଣ ଯୁବକ ଯୁବତୀଙ୍କୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକେୱାଇ) ରେ ସ୍ୱାସ୍ଥ୍ୟସେବା ତାଲିମ ପ୍ରଦାନ କରାଯାଇଛି ।

ଏହି କେନ୍ଦ୍ରୀୟ ଯୋଜନା ମାଧ୍ୟରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯାଇଥାଏ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଲିମ ପ୍ରଦାନ କରାଗଲେ ବେକାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇଥାନ୍ତି । ଡିଡିୟୁଜିକେୱାଇ ମାଧ୍ୟମରେ ୫୪ ଟି କ୍ଷେତ୍ରରେ ୫୬୦ ପ୍ରକାରର ତାଲିମ ପ୍ରଦାନ କରାଯାଉଛି । ସମଗ୍ର ଦେଶରେ ଏଥିପାଇଁ ୭୧୭ ଟି ସଂସ୍ଥା ମାଧ୍ୟମରେ ପ୍ରକଳ୍ପ ଚଳାଯାଉଛି । ସ୍ୱାସ୍ଥ୍ୟ ସେବା ତାଲିମ ପ୍ରଦାନ ହେଉଛି ଏହି ଯୋଜନାରେ ସବୁଠାରୁ ଲୋକପ୍ରିୟ ।

ସମଗ୍ର ଦେଶରେ ପ୍ରାୟ ୪୪ହଜାର ଯୁବକ ଯୁବତୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଲିମ ନେଇ ସାରିଲେଣି । ବର୍ତ୍ତମାନ ଏହି ତାଲିମଧାରୀମାନଙ୍କୁ କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । କରୋନା ସଂକ୍ରମଣ ରୋକିବା ଏବେ ଏକ ଆହ୍ୱାନ ହୋଇଥିବାବେଳେ ଏହି ତାଲିମଧାରୀ ଯୁବ ବର୍ଗ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିପାରିବେ ।

କେନ୍ଦ୍ରର ଏଭଳି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହିତ ରାଜ୍ୟରେ କେତେ ଏହି ଧରଣର ତାଲିମପ୍ରାପ୍ତ ଯୁବକ ଯୁବତୀ ଅଛନ୍ତି ସେ ସଂକ୍ରାନ୍ତରେ ରାଜ୍ୟ ଗ୍ରାମ୍ୟ ଜୀବିକା ମିଶନ ସହିତ ଯୋଗାଯୋଗ ଲାଗି କୁହାଯାଇଛି । ତାଲିମପ୍ରାପ୍ତ ଅନେକ ଯୁବକ ଯୁବତୀ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଛନ୍ତି । ତେବେ ଯେଉଁମାନେ ନିଯୁକ୍ତି ପାଇନାହାନ୍ତି ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ସେବା ନିଆଯାଇପାରିବ ବୋଲି ଶ୍ରୀ ଭୂଷଣ କହିଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020