ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ସ୍ୱଚ୍ଛତା ପାଇଁ ପୁରସ୍କାର


ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍‍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ଆଇଟସି ମୌର୍ଯ୍ୟ ହୋଟେଲରେ ଆୟୋଜିତ ‘ଷ୍ଟେଟ ଅଫ୍‍ ଦି ଷ୍ଟେଟସ୍‍’ କନକ୍ଲେଭ ୨୦୧୯ ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ପୁରସ୍କ।।ର ପ୍ରଦାନ କରିଛନ୍ତି ।

ପୁରସ୍କାର ଗ୍ରହଣ ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଦ୍ରୁତ ଗତିରେ ଉନ୍ନତି ପଥେ ଅଗ୍ରସର ହୋଇ ଚାଲିଛି । ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ଅନୁକରଣ କରାଯାଉଛି । ଆଜିର ଏହି ପୁରସ୍କାର ରାଜ୍ୟ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି ଦେଇଛି । ଆଗାମୀ ଦିନରେ ସ୍ୱଚ୍ଛ ଓ ସବୁଜ ସୁନ୍ଦର ଓଡିଶା ଗଠନ ଦିଗରେ ଏହା ପ୍ରେରଣା ଯୋଗାଇବ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020