ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ସହାୟତା ଦେଲା ଲୋକସମ୍ପର୍କ ବିଭାଗ


ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କୁ କିଡନୀ ପ୍ରତିରୋପଣ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସହାୟତାର ହାତ ବଢ଼ାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଆଜି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ଶ୍ରୀ ପଣ୍ଡାଙ୍କୁ ଏଥିପାଇଁ ୨ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲାର ପ୍ରମେୟ ସମ୍ବାଦପତ୍ରରେ କାର୍ଯ୍ୟରତ ୩୦ ବର୍ଷୀୟ ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କ ଦୁଇଟି କିଡନୀ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯାଇଛି । ପରିବାର ପକ୍ଷେ ମଧ୍ୟ ଏତେ ବ୍ୟୟବହୁଳ କିଡନୀ ପ୍ରତିରୋପଣ କରିବା ସମ୍ଭବ ନଥିଲା ।

ସେ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କଠାରୁ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ବିଷୟରେ ଜାଣିବାକୁ ପାଇଥିଲେ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଏଥି ନିମନ୍ତେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅବଗତ ହେବା ପରେ ତୁରନ୍ତ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନାରେ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ ।

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ଓ ଲୋକ ସମ୍ପର୍କ ଉପଦେଷ୍ଟା ମଙ୍ଗରାଜ ଆଜି ରାଜ୍ୟ ସରକାରଙ୍କ ତରଫରୁ ନିଜ କାର୍ଯ୍ୟାଳୟଠାରେ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ୨ ଲକ୍ଷ ଟଙ୍କାର ଚେକ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଖୁବଶୀଘ୍ର ଶ୍ରୀ ପଣ୍ଡାଙ୍କର କିଡନୀ ପ୍ରତିରୋପଣ କରାଯିବ ।

ଶ୍ରୀ ପଣ୍ଡାଙ୍କ ଅବସ୍ଥା ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଅଧିକ ସହାୟତା ନିମନ୍ତେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ଦୁରାରୋଗ୍ୟରେ ପୀଡ଼ିତ ରାଜ୍ୟର ସାମ୍ବାଦିକମାନଙ୍କୁ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ ସହାୟତା ନିମନ୍ତେ ଆବେଦନ କରିବା ନିମନ୍ତେ ମଧ୍ୟ ଶ୍ରୀ ମଙ୍ଗରାଜ ଆହ୍ୱାନ କରିଛନ୍ତି । ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କଠାରୁ ଏହି ସହାୟତା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ବିଭାଗୀୟ ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସଙ୍କ ସମେତ ସୁରେନ୍ଦ୍ର ସାହୁ, ପ୍ରସନ୍ନ ମହାନ୍ତି, ଦେବେନ୍ଦ୍ର ସୁଆର ଏବଂ ଗଣମାଧ୍ୟମର ଅନ୍ୟ ପ୍ରତିନିଧି ତଥା ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡାଙ୍କୁ ଏହି ସହାୟତା ପ୍ରଦାନ କରିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019