ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଟାଇମ୍ସ ରାଙ୍କିଙ୍ଗରେ ସୋଆ

ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ସୋଆ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଟାଇମ୍ସ ହାୟର ଏଜୁକେସନ ୱର୍ଲଡ ରାଙ୍କିଙ୍ଗରେ ଭାରତରୁ ମନୋନୀତ ୯ ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ଲାଭ କରି ପାରିଛି ।

ଏହି ରାଙ୍କିଙ୍ଗରେ ବିଶ୍ୱର ୭୭୫ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ନେଇ ଅନୁଧ୍ୟାନ କରିବା ପରେ ସୋଆକୁ ୬୦୧ ପ୍ଲସ କ୍ୟାଟେଗୋରୀରେ ସ୍ଥାନିତ କରାଯାଇଛି । ଏହି ତାଲିକାରେ ସମଗ୍ର ପୂର୍ବ ଭାରତରେ କେବଳ ସୋଆ ହିଁ ସ୍ଥାନ ପାଇ ପାରିଛି ।

ସୋଆ ଡିମଡ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସପିଟାଲ, ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନସେସ ଓ ସମ ନର୍ସିଂ କଲେଜ ଉଚ୍ଚମାନର ଶିକ୍ଷା କେନ୍ଦ୍ର ଭାବେ ବେଶ ଜଣାଶୁଣା ।

ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକ ହେଲା ଅମୃତା ବିଶ୍ୱ ବିଦ୍ୟାପୀଠମ, ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ, ମନିପାଲ ଏକାଡେମୀ ଅଫ ହାୟର ଏଜୁକେସନ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ, ଆମିଟୀ ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ ଓ ଏସଆରଏମ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲଜି ।

କିଛି ଦିନ ପୂର୍ବରୁ ସୋଆ ଡିମଡ ବିଶ୍ୱବିଦ୍ୟାଳୟର ଫ୍ୟାକଲଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜିକୁ ଟାଇମସ ହାୟର ଏଜୁକେସନ ବିଶ୍ୱ ରାଙ୍କିଙ୍ଗରେ ୬୦୧-୮୦୦ କ୍ୟାଟେଗୋରୀରେ ସ୍ଥାନ ମିଳିଥିବା ବେଳେ ଫ୍ୟାକଲଟି ଅଫ କମ୍ପ୍ୟୁଟର ସାଇନ୍ସକୁ ୬୦୧ ପ୍ଲସ କ୍ୟାଟେଗୋରୀରେ ସ୍ଥାନୀତ କରାଯାଇଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019