ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଅନଲାଇନରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର

ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଅନ୍‍ଲାଇନ୍‍ରେ ମିଳିବ ଅଗ୍ନି ସୁରକ୍ଷା ପ୍ରମାଣପତ୍ର । ଫଳରେ ଏହି ପ୍ରମାଣପତ୍ର ପାଇବାକୁ ଆଉ ଅଗ୍ନିଶମ ସେବା ନିର୍ଦ୍ଧେଶାଳୟକୁ ଯିବାକୁ ପଡିବ ନାହିଁ । କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । 

ଏହି ନୂତନ ନିଷ୍ପତି ଦ୍ବାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ । ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀ ମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିବେ ।

ପ୍ରମାଣପତ୍ରର ଅବଧି ୨ବର୍ଷ ପର୍ୟ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିବ କୋଠାବାଡି କ୍ଷେତ୍ରରେ ୫ବର୍ଷ ପର୍ୟ୍ୟନ୍ତ ବଳବତ୍ତରହିବ । ଏହାଦ୍ବାରା ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିବ । ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ନୂତନ ନିଷ୍ପତି ଅନୁଯାୟୀ ୧୫ ମିଟରରୁ କମ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ସର୍କଲ ଡେପୁଟି ଫାୟର ଅଫିସର, ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ କୋଠା (ମଲ୍ଟିପ୍ଲେକ୍ସ ବ୍ୟତିତ) କୋଠା ପାଇଁ ରେଂଜ ଫାୟାର ଅଫିସର, ୩୫ ମିଟର ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠାବାଡି ପାଇଁ ଚିଫ ଫାୟର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।

୧୨ ମିଟିରରୁ କମୁ ଉଚ୍ଚତା ତଥା ୩୦ ଶର୍ୟ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର ସର୍ବନିମ୍ନ ଗୋଟିଏ ଆଇସିୟୁ ଥିବ ସେ କ୍ଷେତ୍ରରେ ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର, ୩ ତାରକାରୁ କମ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୩ ତାରକାରୁ ଉର୍ଦ୍ଧ୍ବ ହୋଟେଲ ପାଇଁ ଡେପୁଟି ଫାୟର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, କାର ପାର୍କିଂ, ଷ୍ଟାଡିୟମ, ଭୂତଳ ଓ ଆଂଶିକ ଭୂତଳ କାର ପାର୍କିଂ ପାଇଁ ରେଂଜ ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।

ସେହିଭଳି ପେଟ୍ରୋଲ ପମ୍ପ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର, କ୍ଷୁଦ୍ର ଶିଳ୍ପ କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଂଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019