ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ମନ୍ତ୍ରୀ ଦେଇଛନ୍ତି ମିଛ ତାଲିକା

 

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ. ଅରୁଣ ସାହୁ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ଯେଉଁ ତାଲିକା ଦେଇଛନ୍ତି ତାହା ମିଛ । ସତ ତାଲିକାକୁ ରଖି ମନ୍ତ୍ରୀ ନକଲି ମିଛ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।

ଆଜି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଂଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା ପଡିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ସଠିକ୍ ସୂଚନା କୃଷିମନ୍ତ୍ରୀଙ୍କ ପାଖରେ ମହଜୁଦ ଥିବାବେଳେ, ଜାଲିଆତିରୁ ବଂଚିବା ପାଇଁ ଶେଷରେ ବିଧାନସଭା ଗୃହରେ ଭୟଙ୍କର ମିଥ୍ୟା ତଥ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତର ରଖି ମନ୍ତ୍ରୀ ଡକ୍ଟର ସାହୁ ଗୃହକୁ ତଥ୍ୟ ଦେଇଥିଲେ ଯେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ମୋଟ୍ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବରେ ଚିହ୍ନଟ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ବିଭିନ୍ନ ଜିଲ୍ଲା କୃଷି ଅଧିକାରୀମାନେ ସରକାରଙ୍କୁ ଦେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାର ତଥ୍ୟକୁ ଦେଖାଇ ମନ୍ତ୍ରୀ ଅରୁଣ ସାହୁ କିଭଳି ମିଥ୍ୟ ତଥ୍ୟ ଦେଇଛନ୍ତି ତାହାର ଖୁଲାସା କରିଛନ୍ତି ।

ସରକାରଙ୍କୁ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ “କାଳିଆ କେଳେଙ୍କାରୀ”ରୁ ବଂଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ମଧ୍ୟ ମିଥ୍ୟା ତଥ୍ୟ ଦେଇ ଅବମାନନା କରିବାକୁ ପଛେଇ ନାହାନ୍ତି ବୋଲି ଶ୍ରୀ ନାୟକ ସମାଲୋଚନା କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ୩୦ ଜିଲ୍ଲାର ମୋଟ୍ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫୯୬୫ ଠାରୁ ବହୁ ଅଧିକ ।

କଂଗ୍ରେସ ପକ୍ଷରୁ ଜାରି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮ । ଯଦି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧,୭୨,୯୦୮ ଜଣ ତେବେ ୩୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କର କେତେ ତାହା କଂଗ୍ରେସ ଖୁଲାସା କରିବ ବୋଲି ଶ୍ରୀ ନାୟକ କହିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019