ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ପିଲାଙ୍କ କଣ୍ଠରେ ଅକ୍ଷୟ ସଙ୍ଗୀତ

କୁନି କୁନି ପିଲାଙ୍କ କଣ୍ଠରୁ ଭାସି ଆସିଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସୁମଧୁର ସଙ୍ଗୀତ । ଏକାମ୍ରହାଟ ପରିସରରେ ଲିଥିବା ପିକକ ଶିଶୁମେଳାରେ କିଛି ସମୟ ପାଇଁ ଅକ୍ଷୟ ମହାନ୍ତିଙ୍କ ଭ୍ରମ ସୃଷ୍ଟି ହୋଇଥିଲା । ଅକ୍ଷୟଙ୍କ  କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ ।

ଏହି ଗୀତ ଗୁଡିକ ମଧ୍ୟରେ ଥିଲା ଉଦାସୀ ଆଖି, ଉଡି ଉଡି ଯାଆରେ ମୋର ଗୁଡି, ସେଇ ଦୀପ ଅଛି, ମନ ହଜିଯାଏ, ଦନେଇ ଦାସ କହେରେ ଭାଇ, ପରଦେଶୀ ବନ୍ଧୁ, ଚିଠି ମୋର ଟିକି ଚଢେଇ, ଶିକାରୀ ଶିକାରୀ, ସ୍ମୃତି ଏକ ରୂପ ଜହ୍ନ, ଚୁମକି ଚୁମକି, ଯାଯାବର ମନ ମୋରଟ୍ଟ, ଫୁର କିନା ଉଡି ଗଲା ବଣି, ତୋର ମୋର କଥା ହେବା, ଝରକା ଖୋଲି, ନଦୀର ନାମ, ମାୟବିନି ବନ ଜ୍ୟୋତ୍ସ୍ନା, ସାବି ସାବି, ବାଟୋଇ ଭାଇ ଇôତ୍ୟାଦି । 

କଣ୍ଠଶିଳ୍ପୀ ମାନେ ଥିଲେ ଅଞ୍ଜଳିଦୀପା ଶଥପଥୀ, ଅଭିଜିତ ପାଢୀ, ର୍ନିବିଶେଷ, ସ୍ମରଣିକା, ଅକାଂକ୍ଷା, ତନୁଶ୍ରୀ, ଜସ୍ମିନ, ଦିବ୍ୟାଶୁ, ସନ୍ତୋଷ, ରୁଦ୍ର ମାଧବ, ନିହାରିକା ଓ ଆଦ୍ୟାଶା । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ୟୂନିକ, ଭୁବନେଶ୍ର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଶରତ ପାଣି, ଏମ ସୀମାଦ୍ରି, ବବଲୁ ଏବଂ ଆଲୋକ । ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ସୌମ୍ୟ ପ୍ରିୟଦର୍ଶି ପ୍ରଧାନ, ସୋଭନିଟ୍‍ ପଟ୍ଟନାୟକ ପିଲାଙ୍କ ଅକ୍ଷୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ଶିଶୁ କଣ୍ଠଶିଳ୍ପୀ ଅଭିଜିତ ପାଢୀଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ  ୨୦୧୯ ରେ ପୁରସ୍କୃତ କରଯାଇଥିଲା । ସମ୍ମାନିତ ଅତିଥି ଭାବେ ବରିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ରାଜ୍ୟ ସରକାରଙ୍କର ଅର୍ଥ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ପାଳିତ, ସୁବାସ ଦାସ, ବନ୍ଦିତା ଦାସ, ବରିଷ୍ଠ ସାମ୍ବାଦିକ ଯତିନ ଦାସ ଓ ମାଧବାନନ୍ଦ ବେଉରା ପ୍ରମୁଖ ଯୋଗଦେଇଥିଲେ । 

ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଘାସିରାମ ପଣ୍ଡା ଓ ଏନଆରଏଚଏମର ପ୍ରୋଗ୍ରାମ ମ୍ୟାନେଜର ରୂପକ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପିକକ୍ ର ଅଧ୍ୟକ୍ଷା ଆଦରମଣି ବରାଳ, ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟର୍ନିବାହୀ ନିର୍ଦେଶିକା ଅନୁରାଧା ମହାନ୍ତି, ପିକକର ନିର୍ଦେଶିକା ମିନାକ୍ଷୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । 

ପିକକର ରତ୍ନା ଦାଶ, ଗଣେଶ୍ର ସିଂ, ପାଣୁ ବେହେରା, ବିଶ୍ଜିତ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ସକାଳେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗୀତା କରଯାଇଥିଲା । ବହୁ ସଂଖ୍ୟାରେ ପିଲାମାନେ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ ।



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019