୧୯୧୮ ଜଣ ଶିଶୁ ପିତୃମାତୃହୀନ


ରାଜ୍ୟର ବିଭିନ୍ନ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ବର୍ତ୍ତମାନ ୧୦,୧୩୧ ଶିଶୁ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୧୯୧୮ ଜଣ ଶିଶୁ ପିତୃମାତୃହୀନ ।

ବିଧାୟକ ଶଙ୍କର ଓରାମ୍‍ଙ୍କ ଏକ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ୧୦,୧୩୧ ଶିଶୁ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୦୯୨ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି ।

ଏହା ପଛକୁ କନ୍ଧମାଳ ଜିଲ୍ଲାରେ ୧୦୬୪ ଶିଶୁ ଥିବା ବେଳେ କଟକରେ ୯୧୫, ଖୋର୍ଦ୍ଧାରେ ୭୨୭, କଳାହାଣ୍ଡିରେ ୫୧୨, ସୁନ୍ଦରଗଡ଼ରେ ୫୦୫, କୋରାପୁଟରେ ୪୭୨, ମୟୂରଭଞ୍ଜରେ ୪୦୩ ଓ ନବରଙ୍ଗପୁରରେ ୩୯୬ ଜଣ ଶିଶୁ ରହିଛନ୍ତି । ସବୁଠାରୁ କମ୍‍ ମାତ୍ର ୨୭ ଜଣ ଶିଶୁ ନୟାଗଡ଼ ଜିଲ୍ଲାର ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ଅଛନ୍ତି ।

ପିତୃମାତୃହୀନ ୧୯୧୮ ଶିଶୁଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୨୭ ଜଣ ଶିଶୁ ଥିବା ବେଳେ କନ୍ଧମାଳରେ ୨୨୪, ସୁନ୍ଦରଗଡ଼ରେ ୨୨୩, କେନ୍ଦୁଝରରେ ୧୮୮, କୋରାପୁଟରେ ୧୮୬ ଓ ବାଲେଶ୍ୱରରେ ୧୦୯ ଶିଶୁ ଅଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ଆଦୌ ପିତୃମାତୃହୀନ ଶିଶୁ ନଥିବା ବେଳେ ଭଦ୍ରକରେ ୧, ଦେବଗଡ଼ରେ ୩, ବଲାଙ୍ଗୀରରେ ୪ ଓ ନୟାଗଡ଼ ଜିଲ୍ଲାରେ ୬ ଜଣ ରହିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020