ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତୀୟ ଲେଖା ସରକାରୀ ପତ୍ରିକାରେ ପ୍ରକାଶ ପାଇବା ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିପାଇଁ ଜଣକୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଦୁଇଜଣ ଅଧିକାରୀଙ୍କୁ କୈଫିୟତ ତଲବ ହୋଇଥିବ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗତକାଲି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଶ୍ରୀ ଦାଶ ଗୃହରେ କହିଛନ୍ତି ଯେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ଏହି ପତ୍ରିକାରେ ଗାନ୍ଧୀଜୀଙ୍କର ୪ଟି ଫଟୋ ସହ ତାଙ୍କର ଓଡ଼ିଶା ଉପରେ ମତାମତ ମଧ୍ୟ ସ୍ଥାନିତ ହୋଇଛି ।

ଉକ୍ତ ପତ୍ରିକାରେ ଉଲ୍ଲେଖ ଥିବା ‘୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣା କ୍ରମେ ଗାନ୍ଧୀଜୀଙ୍କ ଅକାଳ ବିୟୋଗ ଘଟିଥିଲା ତାକୁ ନେଇ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରସଙ୍ଗ କ୍ରମେ ଉକ୍ତ ବିଷୟ ଏହି ପବିତ୍ର ଗୃହରେ ମଧ୍ୟ ଉପସ୍ଥାପିତ ହୋଇଛି ।

ଏହି କ୍ରମରେ ମୁଁ ପବିତ୍ର ଗୃହକୁ ସୂଚାଇ ଦେବାକୁ ଚାହେଁ ଯେ ସରକାରଙ୍କର ପିଲାମାନଙ୍କୁ କୌଣସି ଭୁଲ୍‍ ତଥ୍ୟ ଦେବା କିମ୍ବା ବିଭ୍ରାନ୍ତ କରିବା କିମ୍ବା ଘଟଣାଚକ୍ରକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟ ନ ଥିଲା । ଏହା ଅନିଚ୍ଛାକୃତ ଅଟେ । ଏହି ପବିତ୍ର ଗୃହର ଉଦ୍‍ବେଗକୁ ସମ୍ମାନ ଜଣାଇ, ସରକାର ଉକ୍ତ ପତ୍ରିକାକୁ ପ୍ରତ୍ୟାହାର କରିସାରିଛନ୍ତି ।

ଏହି ଘଟଣା ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରିବା ସଙ୍ଗେ ସଙ୍ଗେ ଦୁଇଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି । ପ୍ରତ୍ୟାହାର ହୋଇଥିବା ପତ୍ରିକାକୁ ଆବଶ୍ୟକ ସଂଶୋଧନ କରାଯାଇ ପୁନଃ ମୁଦ୍ରଣ କରିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ମାସ ମଧ୍ୟରେ ବଣ୍ଟାଯିବ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019