ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଶିଶୁମେଳା ଉଦ୍‍ଘାଟିତ

ଜୀବନରେ ବଡହେବା ପାଇଁ ଶିଶୁ ମାନେ ବର୍ତ୍ତମାନରୁ ସ୍ଵପ୍ନ ଦେଖିବା ଆରମ୍ଭ କରନ୍ତୁ । ଏହି ସ୍ଵପ୍ନ କୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖନ୍ତୁ । ଶିଶୁ ମାନଙ୍କୁ ଏଥିଲାଗି ମାତାପିତା, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିବାରର ଅନ୍ୟ ମାନେ ପ୍ରେରଣା ଯୋଗାଇଦେବା ନିତ୍ୟାନ୍ତ ଆବଶ୍ୟକ। ସେମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବା ପରିବାର ଓ ସମାଜ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ପିକକ ଶିଶୁମେଳା ଉଦ୍‍ଘାଟନ ସମାରୋହରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଆହ୍ଵାନ ଦେଇଛନ୍ତି ।

ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତ ମଞ୍ଚରେ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆରମ୍ଭ ହୋଇଛି ସପ୍ତାହ ବ୍ୟାପୀ ୩୦ ତମ ପିକକ୍ ଶିଶୁମେଳା। ଏହି ମେଳା କୁ ଆନୁଷ୍ଠାନିକ ଭାବରେ  ଉଦଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ସ୍ଵପ୍ନକୁ  ସାକାକର କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି ବକ୍ତା ମାନେ ମତ ପୋଷଣ କରିଛନ୍ତି।  

ଏହି ଉତ୍ସବ ରେ ଯୋଗଦେଇ ରାଜ୍ୟ ଗୃହ ତଥା ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପିଲାମାନଙ୍କୁ ନିଜର ପ୍ରତିଭା ବିକାଶ ପାଇଁ ଯତ୍ନବାନ ହେବା ସହିତ ସଦା ସର୍ବଦା ଖୁସିରେ ସେମାନଙ୍କର ଶୈଶବ ବିତାଇବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । 

ରାଜ୍ୟ ଉଚ୍ଚ ଶିକ୍ଷା  ମନ୍ତ୍ରୀ ଅରୁଣ ସାହୁ ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ତାଙ୍କର ଶୈଶବ କୁ ପୂର୍ଣ ମାତ୍ରାରେ ଉପଭୋଗ କରିବା ଉଚିତ, ପିତାମାତା ମାନେ ପିଲାମାନଙ୍କୁ ଗୋଟିଏ ଜନ୍ତ୍ର ମାନବ ଭାବି ଅଧିକ ଚାପ ସୃଷ୍ଟି କରିବା ଉଚିତ ନୁହେଁ।   ଯେଉଁ ଦିନ  ମଣିଷ ଭିତରେ ଏକ ଛୁଆ ର ର ମାନସିକତା ହଜିଯାଏ ସେହିଦିନ ତ ଭିତରେ ସତ୍ୟ ଶିବ ସୁନ୍ଦର ର ଛବି ହଜିଯାଏ ।  

ପିକକ ଶିଶୁ ମେଳା କମିଟିର ସଭାପତି ବାରିଷ୍ଟ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତା  ରେ ଅନୁଷ୍ଟିତ ଉଦ୍ଘାଟନୀ ସମାରୋହରେ ପିକକ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେବାସହ କାର୍ୟ୍ୟକାରୀ ନିର୍ଦ୍ଦେଶିକା  ଧନ୍ୟବାଦ ଦେଇଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି ପିଲାମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।  

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ପିଲାମାନଙ୍କୁ ପରିଶ୍ରମ ଓ ସକାରାତ୍ମକ ଭାବରେ କାମକଲେ ଭଲ ନାଗରିକ ହୋଇପାରିବେ ବୋଲି ଜଣାଇଥିଲେ । ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁ କହିଥିଲେ ଯେ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବାର ପ୍ରାଥମିକ ଦାୟିତ୍ୱ ପିତାମାତାଙ୍କର ତଥା ସରକାରଙ୍କର ଓ ସେ ଶିଶୁ ଶ୍ରମ ପ୍ରଥାର ସମ୍ପୂର୍ଣ ବିଲୋପ ଉପରେ ଗୁରୁତ୍ଵାରୋପ କରିଥିଲେ । 

ଅନ୍ୟ ମାନଙ୍କ ମଧ୍ୟରେ ଆଦରମଣି ବରାଳ, ଅଧ୍ୟକ୍ଷା, ପିକକ୍ ଅଲମ୍ପିଆନ୍ ଅନୁରାଧା ବିଶ୍ଵାଳ, ଡାଃ ସେବା ମହାପାତ୍ର, ପିକକ୍ ର ଶିଶୁ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଭୂମିକା ଦାଶ, ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ,ସବୁ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମତାମତ ରଖିଥିଲେ। ।  


ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019