ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ମସଲା ଉତ୍ପାଦନରେ କନ୍ଧମାଳ ପ୍ରଥମ


ରାଜ୍ୟରେ ବାର୍ଷିକ ୫ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ପରିମାଣର ମସଲାଜାତୀୟ କୃଷି ସାମଗ୍ରୀ ଉତ୍ପାଦିତ ହେଉଥିବାବେଳେ କନ୍ଧମାଳ ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରୁ ସର୍ବାଧିକ ୧,୬୪,୩୫୨ମେଟ୍ରିକ ଟନ୍‍ ମସଲା ମିଳୁଛି ।

ରାଜ୍ୟରୁ ଉତ୍ପାଦି ହେଉଥିବା ମସଲା ଗୁଡିକ ମଧ୍ୟରେ ଅଦା, ହଳଦୀ, ଧନିଆ, ଶୁଖିଲା ଲଙ୍କା, ପାନ ଓ ଅନ୍ୟାନ୍ୟ ମସଲାଜାତୀୟ କୃଷି ଉତ୍ପାଦ ରହିଛି । କନ୍ଧମାଳ ଏହିସବୁ କୃଷି ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆଗରେ ଥିବାବେଳେ ଜିଲ୍ଲାରୁ ବାର୍ଷିକ ୧,୩.୪୪୫ ମେଟ୍ରିକ ଟନ୍‍ ହଳଦୀ ଉତ୍ପାଦନ ହେଉଥିବାବେଳେ, ୨୨୭ ମେଟ୍ରିକ ଟନ୍‍ ଧନିଆ, ୨୭,୩୦୩ ଟନ୍‍ ଅଦା, ୧୬୫୮ ଟନ୍‍ ଶୁଖିଲାଲଙ୍କା ଓ ଅନ୍ୟାନ୍ୟ ମସଲା ଉତ୍ପାଦନର ପରିମାଣ ୩୭୧୯ ମେଟ୍ରିକଟନ୍‍ ରହିଛି । କନ୍ଧମାଳ ହଳଦୀ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଜିଲ୍ଲାରୁ ଉତ୍ପାଦନ ଅଦା ଓ ଧନିଆ ମଧ୍ୟ ରାଜ୍ୟ ବାହାରକୁ ରପ୍ତାନି ହେଉଛି ।

ସେହିଭଳି ମସଲା ଉତ୍ପାଦନ କ୍ଷେତ୍ରରେ କେନ୍ଦୁଝର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଏହି ଜିଲ୍ଲାରୁ ବାର୍ଷିକ ୨୨,୭୮୭ ମେଟ୍ରିକ ଟନ୍‍ ମସଲା ମିଳୁଛି । ଏଥି ମଧ୍ୟରେ ବାର୍ଷିକ ୭୮୦ ମେଟ୍ରିକଟନ୍‍ ଧନିଆ, ୭୪୦୭ ଟନ୍‍ ଅଦା, ୭୧୩୦ଟନ୍‍ ହଳଦୀ, ୪୦୪୯ ଟନ୍‍ ଶୁଖିଲା ଲଙ୍କା ଓ ଅନ୍ୟାନ୍ୟ ମସଲାର ପରିମାଣ ୩୪୨୧ ମେଟ୍ରିକ ଟନ୍‍ ରହିଛି ।

ମସଲା ଉତ୍ପାଦନକ୍ଷେତ୍ରରେ ଆଗୁଆ ଥିବା ଜିଲ୍ଲା ଗୁଡିକ ମଧ୍ୟରୁ ନୟାଗଡରେ ବାର୍ଷିକ ୨୧,୭୯୧ ମେଟ୍ରିକ ଟନ୍‍, ସମ୍ବଲପୁରରୁ ୧୪,୫୪୦ ମେଟ୍ରିକ ଟନ୍‍, ବରଗଡରେ, ୧୦,୧୦୨, ସୁନ୍ଦରଗଡରେ ୧୨,୨୧୧, ବାଲେଶ୍ୱରରେ ୧୧,୯୯୫, କଟକ ଜିଲ୍ଲାରେ ୧୧,୦୯୩, ଢେଙ୍କାନାଳରେ ୧୦,୨୧୦ ମେଟ୍ରିକ, ଅନୁଗୁଳରେ ୧୨,୭୩୮, ଗଞ୍ଜାମରେ ୧୧,୩୯୦, ଗଜପତିରେ ୧୨,୩୩୯ ମେଟ୍ରିକ ଟନ୍‍ ମସଲା ଉତ୍ପାଦନ ହେଉଛି ।

ତେବେ ମସଲା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ପଛରେ ରହିଛି ବୌଦ ଜିଲ୍ଲା ଏହି ଜିଲ୍ଲାରେ ୨୦୧୮-୧୯ ବର୍ଷରେ ମାତ୍ର ୫୧୦୫ ଟନ୍‍ ମସଲା ଉତ୍ପାଦନ ହୋଇପାରିଛି । ରାଜ୍ୟରେ ବାର୍ଷିକ ୧୦,୦୯୪ ଲକ୍ଷ ପାନପତ୍ର ଉତ୍ପାଦନ ହେଉଥିବାବେଳେ ଏହା କେବଳ ୧୦ଟି ଜିଲ୍ଲାରେ ଚାଷ କରାଯାଉଛି ।

ତେବେ ରାଜ୍ୟରୁ ଉତ୍ପାଦିତ ହେଉôତବା ଧନିଆ ପରିମାଣ ବାର୍ଷିକ ୧୦,୮୬୩ ମେଟ୍ରିକ ଟନ୍‍ ଥିବାବେଳେ ୧,୨୮,୦୨୧ ଟନ୍‍ ଅଦା, ୨,୧୮,୧୬୫ ଟନ୍‍ ହଳଦୀ, ୬୯,୩୦୦ ଟନ୍‍ ଶୁଖିଲା ଲଙ୍କା ଓ ୮୩,୮୩୬ ମେଟ୍ରିକ ଟନ୍‍ ଅନ୍ୟାନ୍ୟ ମସଲା ଜାତୀୟ କୃଷିଜାତ ସାମଗ୍ରୀ ରହିଛି । ଏହିସବୁ ମସଲା ଜାତୀୟ ସାମଗ୍ରୀ ରାଜ୍ୟର ୧,୪୮,୬୭୩ ହେକ୍ଟର ଜମିରେ ଚାଷ କରାଯାଉଥିବା ଜଣାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019