ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ମୃତ ଶିଶୁ ନିମୋନିଆ ପୀଡ଼ିତ


ମାଲକାନଗିରି ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁଙ୍କ ମଧ୍ୟରୁ ୫ ଜଣ ନିମୋନିଆରେ ପୀଡ଼ିତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଣାଇଛନ୍ତି । ଏହି ଶିଶୁମାନଙ୍କ ମଧ୍ୟରୁ ଗତ ମାସରେ ଦୁଇଜଣ ମରିଥିବା ବେଳେ ଚଳିତ ମାସରେ ଆଉ ୪ ଜଣ ମୃତ୍ୟୁବରଣ କରିଛନ୍ତି ।

ଶିଶୁ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ମୃତ୍ୟୁର କାରଣ ଅନୁଧ୍ୟାନ କରିଥିଲେ । ଏଥିରୁ ଜଣାଯାଇଛି ଯେ ପୋଡ଼ିଆ ବ୍ଲକ୍‍ର ସିମିଳିବଞ୍ଚାରେ ଗତମାସରେ ମୃତ୍ୟୁବରଣ କରିଥିବା ୩ ମାସର ଶିଶୁକନ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ସହିତ ଚିକିତ୍ସିତ ହୋଇ ଘରକୁ ଫେରିବାର ୭ ଦିନ ପରେ ତାହାର ମୃତ୍ୟୁ ଘଟିଥିଲା । ତେବେ ଡାକ୍ତରଖାନାରୁ ଫେରିବା ପରେ ଶିଶୁ ପିତାମାତା ତାହାକୁ ଗୁଣିଆ ଦ୍ୱାରା ଝଡ଼ାଫୁଙ୍କା କରାଇଥିଲେ ।

ସେହିଭଳି ଏମ୍‍ଭି-୭୯ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‍ ହେଇ ଆସିଥିବା ଶିଶୁଟି ଲଗାତର ଭାବେ କାନ୍ଦି ଚାଲିଥିଲା । କାନ୍ଦ ବନ୍ଦ ନ ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାକୁ ମାଲକାନଗିରିକୁ ପଠାଇଥିବା ବେଳେ ବାଟରେ ତାହାର ମୃତ୍ୟୁ ହୋଇଯାଇଥିଲା । ତେବେ ଅନ୍ୟ ପିଲାମାନେ ଗୁରୁତର ନିମୋନିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ଏହି ପିଲାମାନଙ୍କ ମଧ୍ୟରୁ ୩ ଜଣ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ଜଣେ କାଲିମେଳା ଓ ଆଉ ଜଣେ ସିମିଳିବଞ୍ଚା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲା । ଗୋଟିଏ ଶିଶୁକୁ ଡାକ୍ତରଖାନା ନେବା ବାଟରେ ତା’ର ମୃତ୍ୟୁ ଘଟିଥିଲା ।

ଶିଶୁମାନଙ୍କର ଏଭଳି ମୃତ୍ୟୁ ଘଟିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏବେ ନିମୋନିଆ ସମେତ ଅନ୍ୟ ଶିଶୁରୋଗ ଉପରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ସମ୍ପୃକ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଗ୍ରାମରେ ପିଲାମାନଙ୍କର ଯାଞ୍ଚ କରାଯାଉଛି । ଲୋକେ ଯେଭଳି ଗୁଣିଗାରେଡି, ଝଡ଼ଫୁଙ୍କା ଓ ପାରମ୍ପାରିକ ଚିକିତ୍ସକମାନଙ୍କ ନିକଟକୁ ନ ଯାଇ ପିଲାଙ୍କୁ ନେଇ ଡାକ୍ତରଖାନା ଯିବେ ସେଥିପାଇଁ ସେମାନଙ୍କୁ ସଚେତନ କରିବା ସକାଶେ ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନ୍‍ଏମ୍‍ମାନଙ୍କୁ କୁହାଯାଇଛି ।

ସମ୍ପୃକ୍ତ ଅଞ୍ଚଳରେ ଅପପୁଷ୍ଟିର ଶିକାର ହୋଇଥିବା ପିଲାମାନଙ୍କୁ ଅତିରିକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ କୁହାଯାଇଥିବା ବେଳେ ସେଠାରେ ଥିବା ଘାସ ବୁଦା ଆଦିକୁ ଯୁଦ୍ଧକାଳୀନ ଭିତ୍ତିରେ କାଟି ସଫା କରିବାକୁ କୁହାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020