ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ


ବାତ୍ୟା ବୁଲବୁଲ୍ ପ୍ରଭାବରେ ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ତନ୍ମଧ୍ୟରୁ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ଶତକଡା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି ।

ଫସଲ ନଷ୍ଟର ସଠିକ ଆକଳନ ଆସନ୍ତା ୫ ଦିନ ମଧ୍ୟରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଜିଲ୍ଲା କୃଷି ଏବଂ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆକଳନକୁ ସଂପୂଣ୍ଣ ଭାବରେ ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଫସଲ ନଷ୍ଟ ହୋଇଥିବା ଜମିସହ ସଂପୃକ୍ତ ·ଷୀଙ୍କର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫ୍ କରିବା ପାଇଁ ମଧ୍ୟ ମୁଖ୍ୟ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ପରେ ଲୋକସେବା ଭବନରେ ବାତ୍ୟା କ୍ଷୟକ୍ଷତି ଓ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ବାବଦରେ ଅଫିସରମାନଙ୍କ ସହ ଆଲୋଚନା କରିବେ ।

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସମୀକ୍ଷା କରିଛନ୍ତି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ । ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ, ବାତ୍ୟାରେ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଆଦି ୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ୍ରାଫ, ଏନ୍ଡିଆରଏଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କ ଦ୍ୱାରା ପ୍ରଭାବିତ ପ୍ରାୟ ୪୬ଟି ବ୍ଲକ୍ ଏବଂ ୧୨ଟି ସହରା ଳରେ ରାସ୍ତାଘାଟ ସଫାକରାଯାଇ ଗମନାଗମନ ବ୍ୟବସ୍ଥା ପୁନଃ ସ୍ଥାପନ କରାଯାଇଛି ।

ବାତ୍ୟାରେ ବିଶେଷ ପ୍ରଭାବିତ ହେବାକୁଥିବା ତଳିଆ ଅଞ୍ଚଳରୁ ୮,୬୬୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୯୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ଆବଶ୍ୟକୀୟ ଖାଦ୍ୟ ଓ ଆନୁସଂଗିକ ସୁବିଧା ଦିଆଯାଇଥିଲା । ସ୍ଥିତି ସୁଧୁରିବା ପରେ ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଛନ୍ତି । ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପଦକ୍ଷେପ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇନାହିଁ ।

ପଞ୍ଚୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂ ଜଣାଇଥିଲେ ଯେ ବତ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ମାନଙ୍କରେ ଓଭରହେଡ ଟାଙ୍କିଗୁଡିକୁ ପୂରଣ କରି ରଖାଯାଇଥିଲା । ବିଭିନ୍ନ ସ୍ଥାନରେ ଆଗୁଆ ଜେନେରେଟର ମଧ୍ୟ ରଖାଯାଇଥିଲା । ବାତ୍ୟା ଯୋଗୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହେବା ପରେ ପରେ ଜେନେରେଟର ସାହାଯ୍ୟରେ ସବୁ ଜଳଯୋଗାଣ ପ୍ରକଳ୍ପରେ ପାନୀୟ ଜଳଯୋଗାଣ ଜାରି ରଖାଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ପ୍ରାଥମିକ ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଏଗୁଡିକର ସଠିକ୍ ଓ ପ୍ରାମାଣ ଭିତ୍ତିକ ତନଖିକରି ରିପୋର୍ଟ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମତ୍ସ୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଆର୍.ରଘୁପ୍ରସାଦ ଜଣାଇଥିଲେ ଯେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ପ୍ରାୟ ୬୫ଟି ପଶୁସମ୍ପଦ ନଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ୧୧ଟି ଗାଇ, ଗୋରୁ ଓ ମଇଁଷି ଆଦି ବଡ ପଶୁ, ୪ଟି ଛେଳି, ମେଣ୍ଡା ଆଦି ସାନ ପଶୁ ଏବଂ ୫୦ଟି କୁକୁଡା ଜାତୀୟ ଜୀବ ।

ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନମାଡ ଯୋଗୁଁ କିଛି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି । ଏସବୁର ସଠିକ୍ ଆକଳନ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ଗଣମାଧ୍ୟମର ମିଳିଥିବା ୩ ଜଣଙ୍କର ମୃତ୍ୟୁ ସମ୍ବନ୍ଧୀୟ ସୂଚନାର ତନଖି କରାଯାଇଛି । ଏ ତିନୋଟି ଯାକ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରକାଶିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ବାତ୍ୟାଯୋଗୁ ନୁହେଁ ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟ ଜଣେ ମୃତ ବ୍ୟକ୍ତି ପ୍ରାୟ ୭୨ ବର୍ଷ ବୟସର ବୃଦ୍ଧ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019