ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ପୂର୍ବ ଭାରତକୁ ପ୍ରାଥମିକତା

ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କାରଣ ଭାରତର ବିଭିନ୍ନ ଅଂଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ । ଆନ୍ଧ୍ରପଦେଶ୍ର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ୍ ନିଗମ(ଆରଆଇଏନଏଲ)ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କରିବା ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ।

ଇସ୍ପାତ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନଙ୍କ ଏହା ପ୍ରଥମ ଭାଇଜାଗ ଗସ୍ତ ଥିଲା । ଶ୍ରୀ ପଧାନ୍ର କହିଛନ୍ତି ଯେ ଏହି କ୍ଷେତ୍ର ସମେତ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ଦିଗରେ କାମ କରୁଅଛୁୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଭାରତ ନିର୍ମାଣରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପାକୃତିକ୍ର ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛନ୍ତି । ଯେଉଁ ସବୁ ପକଳ୍ପ୍ର ଆଂଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ୱିତ କରାଇବ ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଆରଆଇଏନଲର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ । ନୂଆ ଭାରତ ନିର୍ମାଣରେ ଆରଆଇଏନଏଲର ଭୂମିକା ଉପରେ ଆଲୋକପାତ କରିଥିଲେ । ଆରଆଇଏନଏଲ ସଂସ୍ଥା ଆଂଚଳିକ ଅର୍ଥନୀତିକୁ ମଜବୁତ୍ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019