ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍‍ ଇଣ୍ଡିଆ ପକ୍ଷରୁ ସର୍ବ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ । ନଭେମ୍ବର ୯ ତାରିଖରେ ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ ।

ଫେମ୍‍ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ ସହ ସରକାରୀ ଯୋଜନା ଗୁଡିକୁ ଠିକଣା ବାଟରେ ନେବା, ଦାୟିତ୍ୱ ସମ୍ପନ୍ନ ହୋଇ କାର୍ଯ୍ୟକରିବା ଓ ସର୍ବୋପରି ଦୁର୍ନୀତି ଠାରୁ ଦୂରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ ।

ଫେମ୍‍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ରାଜ୍ୟର ବିକାଶ ଏହାର ମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସାଧାରଣ ଲୋକଙ୍କ ପାଇଁ ଚଳାଯାଉଥିବା ଯୋଜନା ଗୁଡିକୁ ମନ୍ତ୍ରୀ ଠିକଣା ବାଟରେ ନେବା ଫଳରେ ସରକାରଙ୍କ ବିକାଶକୁ ବଡ ସଫଳତା ମିଳିଥାଏ । ଯଦି ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଓ ଦାୟିତ୍ୱହୀନ ହେବେ ତେବେ ତାଙ୍କ ବିଭାଗ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ । ଏଭଳି ସ୍ଥିତିରେ ମନ୍ତ୍ରୀମାନଙ୍କ କାର୍ଯ୍ୟର ଠିକଣା ଆକଳନ କରାଯିବା ଦ୍ୱାରା ଲୋକଙ୍କ ଆଖିରେ ଏହା ସରକାରଙ୍କ ସଫଳତାକୁ ପ୍ରଦର୍ଶିତ କରିଥାଏ ।

ଯେତେବେଳେ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଥାନ୍ତି ସେତେବେଳେ ଆମେ ସେମାନଙ୍କ ଭଲ କାମକୁ ପ୍ରଶଂସା କରିଥାଉ । ଏହାଦ୍ୱାରା ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ଅଧିକ ଉତ୍ସାହ ମିଳିଥାଏ । ସାମ୍ବାଦିକତା କ୍ଷେତ୍ରରେ ୮ବର୍ଷର ଦୀର୍ଘ ଯାତ୍ରା କାଳରେ ସଫଳ ମନ୍ତ୍ରୀମାନଙ୍କୁ ଫେମ୍‍ ଇଣ୍ଡିଆ ଉତ୍ସାହିତ କରି ଆସିଛି, ଯାହା ଫଳରେ ସେମାନଙ୍କ ଉତ୍ତମ ପ୍ରଦର୍ଶନରେ ଡେଣା ଲାଗିଛି ।

ଏହି କ୍ରମରେ ଚଳିତବର୍ଷ ରାଜ୍ୟ ମନ୍ତ୍ରୀମାନଙ୍କର ବିଭିନ୍ନ ପ୍ରଦର୍ଶନକୁ ନେଇ ଆକଳନ ହୋଇଛି । ସେଗୁଡିକ ହେଲା ପରିଚାଳନା କ୍ଷେତ୍ରରେ ସଠିକ୍‍ ଦକ୍ଷତା, ସରକାରୀ କଳ ଓ ଲକ୍ଷ୍ୟକୁ ଠିକଣା ଭାବେ ବୁଝିବା ସହିତ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବାର କଳା ହିଁ ଜଣେ ମନ୍ତ୍ରୀଙ୍କ ସଫଳତାକୁ ଦର୍ଶାଇଥାଏ । ଚୂଡାନ୍ତ ଆକଳନରେ ଓଡିଶାର କ୍ୟାବିନେଟ୍‍ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ ଲାଗି ଚୟନ କରାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019