.gif)
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୩ହଜାର ହେବ । ଏଥିପାଇଁ ରାଜ୍ୟ ସରକାର ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥି ସହିତ ଏହି ଭେଷଣ ମହାବିଦ୍ୟାଳୟ ଏମସ୍ ପ୍ଲସ ଅନୁଷ୍ଠାନ ହେବ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୩୦୦୦ ଶଯ୍ୟା ସହିତ ଏହି ଚିକିତ୍ସାଳୟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ତୁଳନୀୟ ହେବାପାଇଁ ଆମେ ସକ୍ଷମ ହେବା ଉଚିତ୍ । ବାସ୍ତବରେ ଆମ ପରିବର୍ତ୍ତନର ଲକ୍ଷ ଏମସ୍ ପ୍ଲସ ହେବା ଉଚିତ୍ ।
ହସ୍ପିଟାଲର ଉନ୍ନତି ସହିତ ଡାକ୍ତର ଓ ଛାତ୍ରମାନଙ୍କ ରହିବା ଓ ମନୋରଞ୍ଜନ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସୁଯୋଗ ଏଭଳି ହେବ ଯେ ଓଡିଶା ବାହାରେ ରହୁଥିବା ଚିକିତ୍ସକମାନେ ମଧ୍ୟ ଏଠାକୁ ଆସି ଲୋକଙ୍କ ସେବା କରିବାକୁ ଆଗ୍ରହୀ ହେବେ ।
ଏହାଦ୍ୱାରା ରାଜ୍ୟବାସୀଙ୍କୁ ବହୁତ କିଛି ଆର୍ଥିକ ଖର୍ଚ୍ଚ ବହନ କରିବାକୁ ହେବ । ଏକ ହଜାର କୋଟି ଟଙ୍କା ବ୍ୟୟ ଦ୍ୱାରା ଏପରି ଏକ ପରିବର୍ତ୍ତନ ଆସିପାରିବ ଯେ ଓଡିଶାରୁ କୌଣସି ବ୍ୟକ୍ତି ନିଜ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବନାହିଁ ।
ରାଜ୍ୟ ଚିକିତ୍ସା କ୍ଷେତ୍ରର ଶ୍ରେଷ୍ଠ ବ୍ୟକ୍ତିମାନେ ସେମାନଙ୍କ ଯୌବନ ଏହି ମେଡିକାଲ କଲେଜ ପାଇଁ ସମର୍ପିତ କରିଛନ୍ତି । ସମଗ୍ର ଦେଶରେ ଏବେ ଏସ୍ସିବି ୧୪ତମ ରାଙ୍କରେଅଛି । ଲୋକଙ୍କ ତ୍ୟାଗ, ପରିଶ୍ରମ ଓ ସମର୍ପିତ ଭାବ ସହିତ ର୍ୟା ସରକାରଙ୍କ ସହଯୋଗରେ ଏହା ଦେଶର ଶ୍ରେଷ୍ଠ ୩ଟି ଅନୁଷ୍ଠାନ ମଧ୍ୟରେ ରହିପାରିବ ।
ଲୋକସେବା ଭବନ ଠାରେ ଆୟୋଜିତ ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।