ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଏସସିବିରେ ୫-ଟି ସଚିବ


ଏସସିବିରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ସକାଳୁ କଟକର ଏସସିବି ମେଡିକାଲରେ ପହଞ୍ଚିଥିଲେ ୫-ଟି ସଚିବ । ଭୋର ୪ଟାରେ ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟସେବାର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରାୟ ଦେଢ ଘଣ୍ଟା ବିତାଇଥିବା ପାଣ୍ଡିଆନ ଓ ତଦାରଖକାରୀ ଟିମ୍ ବଡ଼ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି ।

ଏଥିସହ ଏସସିବିର ଡିନ ଡାକ୍ତର ଜୟଶ୍ରୀ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସରୋଜକାନ୍ତ ସାହୁ, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସିବିକେ ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ସହ ବଡ଼ ଡାକ୍ତରଖାନାର ବିଭିନ୍ନ ସମସ୍ୟା ବିଷୟରେ ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦା, ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍‍ କୁମାର, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଶାଳିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ, କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀ ପାଣ୍ଡିଆନ ବଡ଼ ମେଡ଼ିକାଲର ଆଶୁ ବିଭାଗ ୱାର୍ଡ ବୁଲି ଦେଖିବା ସହିତ ମେଡ଼ିକାଲ କମ୍ପେ୍ଲକ୍ସର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ଯାଞ୍ଚ କରିଛନ୍ତି । ଏହାପରେ ସେ ଏସସିବିରେ ଏକ ବୈଠକ କରିବା ସହ ଭିତ୍ତିଭୂମି ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫-ଟି ସଚିବ ଅନୁଧ୍ୟାନ କରିଛନ୍ତି ।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଏସସିବିର ବିକାଶ ନିମନ୍ତେ ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020