ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ସମ୍ ସବୁଠାରୁ ସୁଲଭ ଡାକ୍ତରଖାନା


ଶିକ୍ଷା ଓ ଅନୁସନ୍ଧାନ ଡିମଡ୍‍ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ଡାକ୍ତରଖାନା । ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲଥ କନକ୍ଲେଭରେ ସମ୍ ହସ୍ପିଟାଲକୁ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି ।

ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ ହସ୍ପିଟାଲକୁ ସମ୍ମାନିତ କରାଯାଇଥିବା ବେଳେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସମ୍ ହସ୍ପିଟାଲର ଆଡିସନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମଧ୍ୟ ପୁରସ୍କାର ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ।

ଏହି କନକ୍ଲେଭରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଆପୋଲୋ ହସ୍ପିଟାଲ୍ର ସିଇଓ ସୁଧୀର ଏମ୍ ଡିଗିକର୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜୀ ମିଡିଆର ସିଇଓ ପୁରୁଷୋତମ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରାଣଘାତକ ରୋଗ ଏବଂ ଏଥିରୁ ମୁକୁଳିବାର ରାସ୍ତା, ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାରୀ ଓ ଘରୋଇ ହସ୍ପିଟାଲର ଭୁମିକା ଏବଂ ଆହ୍ୱାନ୍ ଓ ସାମ୍ପ୍ରତିକ ଜୀବନଶୈଳୀରେ ପରିବର୍ତନ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କିତ ତିନୋଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଆଲୋଚନା ଚକ୍ରର ଦୁଇଟି ପର୍ଯ୍ୟାୟରେ ସମ୍ ହସ୍ପିଟାଲର ସୁପରିଟେଣ୍ଡେଂଟ ପ୍ରଫେସର ସାମନ୍ତସିଂହାର ଏବଂ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡକ୍ଟର ସୁନିଲ୍ ଅଗ୍ରୱାଲ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019