ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

୨ ମାସରେ ୪୪ ବିଦା

ଦୁର୍ନୀତି ଅଭିଯୋଗରେ ଗତ ୨ ମାସରେ ରାଜ୍ୟ ସରକାର ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ୧୧ ଜଣଙ୍କ ପେନ୍‍ସନ୍‍ ଓ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ବିକାଶର ସୁବଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶନ୍ୟତା ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ୬ ଜଣଙ୍କ ପେନ୍‍ସନ୍‍ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାୟୀ ଭାବରେ ପେନ୍‍ସନ୍‍ ବନ୍ଦ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଅବସରପ୍ରାପ୍ତ ଓଏଏସ୍‍ ଅଫିସର । ସେମାନେ ହେଲେ ନବୀନ ସେଠ, ଅବସରପ୍ରାପ୍ତ ଓଏଏସ୍‍ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ଼, ସନାତନ ସେଠୀ, ଅବସରପ୍ରାପ୍ତ ଓଏଏସ୍‍ ଅଫିସର ଓ ପୂର୍ବତନ ବିଡ଼ିଓ, ଖଣ୍ଡପଡ଼ା ବ୍ଲକ୍‍, ନୟାଗଡ଼, ପୁରନ୍ଦର ପୂଜାରୀ, ଅବସରପ୍ରାପ୍ତ ଓଏଏସ୍‍ ଅଫିସର୍‍ ଓ ପୂର୍ବତନ ଆର୍‍ଟିଓ, କୋରାପୁଟ, ନିରଞ୍ଜନ ଜେନା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ଆର୍‍ଡବ୍ଲୁ ସବ୍‍ଡିଭିଜନ୍‍, ବଣାଇ, ସୁନ୍ଦରଗଡ଼ ଏବଂ ପୀତାମ୍ବର ପ୍ରତିହାରୀ, ପୂର୍ବତନ ଜୁନିଅର୍‍ ଇଞ୍ଜିନିୟର, ଖୁଣ୍ଟା ବ୍ଲକ୍‍, ମୟୂରଭଞ୍ଜ ।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ରବୀନ୍ଦ୍ର କୁମାର ଦାସ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, କୁଡ଼ୁମୁଲୁଗୁମ୍ମା ବ୍ଲକ୍‍, ମାଲକାନଗିରି, ବୁଦ୍ଧିରାମ ଶୁନିଆନି, ଜୁନିଅର୍‍ ଇଞ୍ଜିନିୟର, ପଞ୍ଚାୟତିରାଜ ବିଭାଗ ଧାନକୁଡ଼ା, ବ୍ଲକ୍‍, ସମ୍ବଲପୁର, ସୁରେଶ ଚନ୍ଦ୍ର ମିଶ୍ର, ପ୍ରୋଗ୍ରେସ୍‍ ଆସିଷ୍ଟାଣ୍ଟ, ପାପଡ଼ାହାଣ୍ଡି ବ୍ଲକ୍‍, ନବରଙ୍ଗପୁର, ହେମନ୍ତ କୁମାର ପଣ୍ଡା, ଫରେଷ୍ଟ ରେଞ୍ଜ ଅଫିସର, ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍‍ ଅଫିସ୍‍, ଅନୁଗୁଳ, ପୃଥ୍ୱୀରାଜ ଲେଙ୍କା, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଏନ୍‍ଏଚ୍‍ ଡିଭିଜନ, ବ୍ରହ୍ମପୁର ଓ ସୁଶୀଲ କୁମାର ସେଠୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଳ ସମ୍ପଦ ବିଭାଗ, ହାଟଡିହି ବ୍ଲକ୍‍, କେନ୍ଦୁଝର । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019