ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ବିଶ୍ୱବ୍ୟାଙ୍କ୍‍ ସନ୍ତୁଷ୍ଟ


ଓଡିଶାର ଯେଭଳି ବିକାଶ ଘଟୁଛି ସେଥିରେ ବିଶ୍ୱବ୍ୟାଙ୍କ୍‍ ସନ୍ତୁଷ୍ଟ ଅଛି । ତେବେ ଏହି ଧାରାକୁ ତୀବ୍ର କରିବାପାଇଁ ବିଶ୍ୱବ୍ୟାଙ୍କ୍‍ର ଭାରତ ପାଇଁ ଥିବା ନିର୍ଦ୍ଦେଶକ ଜେ.କେ.ଅହମ୍ମଦ ଗୁରୁତ୍ୱଆରୋପ କରୁଛନ୍ତି । ଏହି ମର୍ମରେ ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।

କେନ୍ଦ୍ର ସରକାର ଉନ୍ନୟନ ସଂକ୍ରାନ୍ତୀୟ ନୀତି ଓ ସେଥିପାଇଁ ଆର୍ଥିକ ବ୍ୟବସ୍ଥା ଲାଗି ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରୁଥିବାବେଳେ କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିଛନ୍ତି । ଇତି ମଧ୍ୟରେ ବିଶ୍ୱବ୍ୟାଙ୍କ୍‍ ଦଳ ଓଡିଶା ସରକାରଙ୍କ ସହିତ କଣ୍ଟ୍ରି ପାର୍ଟନରସିପ୍‍ ଫ୍ରେମୱାର୍କ (ସିପିଏଫ୍‍)ରେ ଯୋଡିହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଫଳରେ ବିଶ୍ୱବ୍ୟାଙ୍କ୍‍ରୁ ଓଡିଶାକୁ ଅଧିକ ଅର୍ଥ ଆସିପାରିବ । ବିଶ୍ୱବ୍ୟାଙ୍କ୍‍ର ଯେଉଁ ଗୋଷ୍ଠି ଏଥିଲାଗି ଗଢାଯାଇଛି ସେଥିରେ ଆଇବିଆରଡି ଓ ଆଇଡିଏ ର ପ୍ରତିନିଧି ରହିଛନ୍ତି ।

ଶ୍ରୀ ଅହମ୍ମଦ କହିଛନ୍ତି ଯେ ଓଡିଶା ରାପିଡ୍‍ ଷ୍ଟେଟ ଡାଇଗ୍ନୋଷ୍ଟିକ (ଓଏସ୍‍ଆରଡି) ଇତି ମଧ୍ୟରେ ଗଢାଯାଇଛି ଓ ଏହା ଭଲ ଫଳ ଦେଉଛି ବୋଲି ସମୀକ୍ଷାରୁ ଜଣାପଡିଛି । ପାନୀୟଜଳ ଯୋଗାଣ, ଶିକ୍ଷା ଆଦି କ୍ଷେତ୍ରରେ ବିଶ୍ୱବ୍ୟାଙ୍କ୍‍ ସହାୟତା ଦେଇ ଆସୁଛି । ଓଡିଶାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଧିକ ବିକାଶ ଲାଗି ବିଶ୍ୱବ୍ୟାଙ୍କ୍‍ ଗୋଷ୍ଠି ବିଶେଷ ଗୁରୁତ୍ୱଆରୋପ କରିଛନ୍ତି । ଯେମିତି ସବୁ ଲୋକ ସହଜରେ ସ୍ୱାସ୍ଥ୍ୟସେବା ପାଇପାରିବେ ତାହା ଉପରେ ଏହି ଗୋଷ୍ଠିର ଧ୍ୟାନ କୈନ୍ଦ୍ରିତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ସେବା କ୍ଷେତ୍ରରେ ବିକାଶ ଆଣିବାପାଇଁ ଭାରତ ସରକାରଙ୍କ ସହିତ ବିଶ୍ୱବ୍ୟାଙ୍କ୍‍ର ଏହି ଗୋଷ୍ଠି ଯେଉଁ ସିପିଏଫ୍‍ ଚଳାଇଛନ୍ତି ତାହା ୨୦୧୮ ମସିହାରୁ ଆରମ୍ଭ ହୋଇ ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏଥିରେ ମଧ୍ୟମ ଆୟକାରୀ ବର୍ଗ ବେଶ୍‍ ଉପକୃତହେବେ ବୋଲି ଆଶା କରାଯାଉଛି । ଦାରିଦ୍ର୍ୟ ଦୂରୀକରଣ ସହିତ ବିକାଶ ଓ ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ସଂଗେ ସଂଗେ ଠିକଣା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବିଶ୍ୱବ୍ୟାଙ୍କ୍‍ର ଏହି ଗୋଷ୍ଠି ଭାରତକୁ ସହାୟତା କରୁଛି ।

ପୂର୍ବରୁ ୨୦୧୩ ରୁ ୨୦୧୭ ମଧ୍ୟରେ ସିପିଏଫ୍‍ ଯେଉଁ ସଫଳତା ପାଇଛି ତାହାରି ଆଧାରରେ ୨୦୨୨ ପର୍ଯ୍ୟନ୍ତ ବିଶ୍ୱବ୍ୟାଙ୍କ୍‍ ଗୋଷ୍ଠି ଓଡିଶା ସମେତ ଆମ ଦେଶପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏଥିପାଇଁ ବିଭିନ୍ନ ସ୍ତରରୁ ମତାମତ ନିଆଯିବା ସଂଗେ ସଂଗେ କ୍ଷେତ୍ର ପ୍ରଗତିକୁ ବିଶେଷ ଧ୍ୟାନ ଦିଆଯାଉଛି । ପୂର୍ବରୁ ବିଶ୍ୱବ୍ୟାଙ୍କ୍‍ ମଧ୍ୟ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିକାଶ ଲାଗି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ବିକାଶ ପାଇଁ ଆର୍ଥିକ ବ୍ୟବସ୍ଥା ଲାଗି କେନ୍ଦ୍ର ସରକାର ଯେଉଁ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ସେ ପ୍ରସଙ୍ଗରେ ଓଡିଶା କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର ମନ୍ତ୍ରାଳୟ ସହିତ ଯୋଗାଯୋଗରେ ରହିଛି । ଏହି କେନ୍ଦ୍ରୀୟ ନୀତି ହସ୍ତଗତ ହେବାପରେ ବିଶ୍ୱବ୍ୟାଙ୍କ୍‍ ଗୋଷ୍ଠି ଓଡିଶା ପ୍ରସଙ୍ଗରେ ଆଉ ଅଧିକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020