ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଆଇଏଏସ୍‍ଙ୍କ ପାଇଁ ନିର୍ଦ୍ଦେଶାବଳୀ


ଆଇଏଏସ୍‍ ଅଫିସରମାନେ ଜିଲ୍ଲା ଗସ୍ତ ସମୟରେ ଆଉ ସର୍କିଟହାଉସ୍‍ କିମ୍ବା ଆଇବିରେ ଖାଦ୍ୟ ଖାଇପାରିବେନାହିଁ । ସେମାନଙ୍କୁ ଏଣିକି ଆହାରକେନ୍ଦ୍ରରେ ୫ଟଙ୍କିଆ ଭାତ-ଡାଲମା, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଅଥବା ଖାଦ୍ୟ ମିଳୁଥିବା ଅନୁରୂପ ସଂସ୍ଥାରେ ଖାଇବାକୁ ପଡିବ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଆହାରକେନ୍ଦ୍ର ଓ ବିଦ୍ୟାଳୟରେ ଖାଇବାପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏବେ ଉନ୍ନୟନ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟଭାବେ କୁହାଯାଇଛି ଯେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲାରେ ୩/୪ ଦିନ ଅବସ୍ଥାନ କରି ଅତି କମ୍‍ରେ ଦୁଇଟି ବ୍ଲକରେ କ୍ଷେତ୍ର ସ୍ତରୀୟ କାର୍ଯ୍ୟ ଅନୁଧ୍ୟାନ କରିବେ ।

ଜିଲ୍ଲା ଗସ୍ତ ସମୟରେ ବରିଷ୍ଠ ଅଧିକାରୀମାନେ ପଞ୍ଚାୟତ ପ୍ରତିନିଧି, ପୌର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ମଧ୍ୟାହ୍ନରେ ବ୍ଲକ ଅଧିକାରୀଙ୍କୁ ଭେଟି ସେମାନଙ୍କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ ମତାମତ ଗ୍ରହଣ କରିବେ । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ କ୍ଷେତ୍ର ସ୍ତରରୁ ସଂଗ୍ରହ କରାଯାଇଥିବା ମତାମତ ଆଧାରରେ ଅଧିକାରୀମାନେ ବିଭିନ୍ନ ସଂସ୍ଥାକୁ ଅଧିକରୁ ଅଧିକ ସଂସ୍ଥାକୁ ଅଚାନକ ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରିବେ ।

ବରିଷ୍ଠ ଅଧିକାରୀମାନଙ୍କୁ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ଶିଶୁ ସେବା ଅନୁଷ୍ଠାନ, ବୃଦ୍ଧାଶ୍ରମ, ଅନାଥାଶ୍ରମ, ମୁକ ବଧିର ବିଦ୍ୟାଳୟ ଗସ୍ତ କରି ସେଠାରେ କିଭଳି ଉନ୍ନତମାନର ଖାଦ୍ୟ ଯୋଗାଣ ହେବ ତାହା ଦେଖିବା ସହିତ ଅନ୍ତେବାସୀମାନଙ୍କର ଅଭାବ ଅସୁବିଧା ଅନୁଧ୍ୟାନ କରିବେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଯୋଜନା ଗୁଡିକର ଠିକଣା ଭାବେ ଅନୁଧ୍ୟାନ କରାଯିବା ସହିତ ଲୋକଙ୍କ ନିକଟରେ ସେବା ପହଞ୍ଚାଯାଇ ପାରିବ । ବରିଷ୍ଠ ଆଇଏଏସ୍‍ ଅଫିସରମାନେ ଜିଲ୍ଲା ଗସ୍ତ ସମୟରେ କ୍ଷେତ୍ର ସ୍ତରରେ ଥିବା ସମସ୍ୟା, ଯୋଜନାର ନିୟମାବଳୀ ଏବଂ ସେବା ପ୍ରଦାନ ଉପରେ ଧ୍ୟାନ ଦେବେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନେ ମାସର ପ୍ରଥମ ସପ୍ତାହରେ ଜିଲ୍ଲାଗସ୍ତ କରିବାପାଇଁ ଚଳିତମାସ ଏକ ତାରିଖରେ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କର ଜିଲ୍ଲା ଗସ୍ତକୁ ମନିଟରିଂ କରିବା ସହିତ ସେମାନଙ୍କ ମତାମତ ରିପୋର୍ଟର ଅନୁଶୀଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପେଶ୍‍ କରାଯିବ ବୋଲି ସୂଚନା ମିଳିଛି । ଅନୁରୂପ ଭାବେ ମନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ସହିତ ସେମାନଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019